ଅନ୍ତର୍ଜାତୀୟଜାତୀୟ

ଭାରତୀୟ ଛାତ୍ରୀଙ୍କୁ ଉଠାଇ ନେଉଛନ୍ତି ଋଷୀୟ ସୈନିକ ! ସହାୟତା ଲାଗି ପ୍ରଧାନମନ୍ତ୍ରୀଙ୍କୁ ଗୁହାରୀ କଲେ ୟୁକ୍ରେନରେ ଫଶିଥିବା ଲକ୍ଷ୍ନୌର ଝିଅ, Video Viral

ଲକ୍ଷ୍ନୌ() ଋଷିଆର ୟୁକ୍ରେନ ଆକ୍ରମଣ ପରେ ସେଠାରୁ ଏବେ ଆଶ୍ଚର୍ଯ୍ୟ କରିବା ଭଳି ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏଥିରେ ପୂର୍ବ ଇୟୁରୋପୀୟ ଦେଶରେ ଫଶିଥିବା ଭାରତୀୟ ନାଗରିକଙ୍କ ପରିସ୍ଥିତି ଏବେ ସମସ୍ତଙ୍କୁ ଡରାଉଛି। ଏବେ ଏହିପରି ଏକ ଭିଡିଓ ପୁରା ଦେଶକୁ ଥରାଇ ଦେଇଛି। ଭିଡିଓ କ୍ଲିପରେ ଜନୈକ ଛାତ୍ରୀ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସହାୟତା ନିମନ୍ତେ ଗୁହାରି କରୁଥିବାର ଦେଖା ଯାଉଛି। ଯେଉଁଥିରେ ସେମାନଙ୍କର ତୁରନ୍ତ ଉଦ୍ଧାର ନିମନ୍ତେ ଭାରତ ସରକାରଙ୍କୁ ସେ ସେନା ପଠାଇବାକୁ ନିବେଦନ କରୁଛନ୍ତି।

ଛାତ୍ରୀଜଣକ ଏହି ଭିଡିଓ ମାଧ୍ୟମରେ ୟୁକ୍ରେନରେ ଋଷୀୟ ସୈନିକ ଭାରତୀୟ ଛାତ୍ରୀଙ୍କୁ ଉଠାଇ ନେଉଥିବାର ସେ ଦାବି କରୁଛନ୍ତି। ଉତ୍ତରପ୍ରଦେଶ ଲକ୍ଷ୍ନୌର ଛାତ୍ରୀଜଣକ ହେଉଛନ୍ତି ଗାରିମା ମିଶ୍ର ଓ ସେ ୟୁକ୍ରେନର ରାଜଧାନୀ କିଭ୍ ଫଶି ରହିଛନ୍ତି। ଏଥିରେ ସେ ଋଷିୟ ସୈନିକଙ୍କ ଦ୍ୱାରା ଘେରିଯାଇଥିବାର କହୁଛନ୍ତି। ତେବେ ଏହି ଭିଡିଓ କେବେକାର ତାର କୌଣସି ସୂଚନା ନାହିଁ ହେଲେ ଫେବୃଆରୀ ୨୭ ତାରିଖ ଦିନ ଟ୍ୱିଟରରେ ଅପଲୋଡ ହୋଇଛି। ବୈଦେଶିକ ସଚିବ ହର୍ଷ ଶୃଙ୍ଗଲା ମାର୍ଚ୍ଚ ୧ ତାରିଖ ଦିନ ସବୁ ଭାରତୀୟ କିଭ୍ ଛାଡି ସାରିଥିବାର ଘୋଷଣା  କରିଥିଲେ।

ଭାଇରାଲ ହେଉଛି ଭିଡିଓ
ଭିଡିଓରେ ଗରିମା ଭାରତୀୟ ଛାତ୍ରଛାତ୍ରୀ ଭାରତୀୟ ଦୂତାବାସଙ୍କ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲେ, ହେଲେ ସେଠାରୁ ସେମାନଙ୍କୁ କୌଣସି ପ୍ରକାର ସହାୟତା ମିଳି ନଥିଲା ଓ ମିଳିବ ବି ନାହିଁ ବୋଲି ସେ ଏବେ ସ୍ପଷ୍ଟ ହୋଇସାରିଲେଣି ବୋଲି ଭିଡିଓରେ କହୁଛନ୍ତି । ଏହାଛଡା ସେମାନେ ବସ୍, ଟ୍ରେନ ଓ କ୍ୟାବ୍‌ ଯୋଗେ ସହର ଛାଡିବାର ମଧ୍ୟ ବିଚାର କରିଥିଲେ ବୋଲି କହୁଛନ୍ତି। ହେଲେ ସେ ଶୁଣିଥିବା ଏକ ଘଟଣା ଯୋଗୁ ତାହା ମଧ୍ୟ କରିପାରୁନଥିବା କହୁଛନ୍ତି। ଯେଉଁଥିରେ କିଭରେ ବସ୍ ଅଥବା କାରରେ ଯାଉଥିବା ଭାରତୀୟ ଛାତ୍ରୀଙ୍କୁ ଋଷିଆ ସୈନିକମାନେ ଉଠାଇ ନେଉଥିବାର ସେ ଶୁଣିଥିବାର କହୁଛନ୍ତି।

ଗରିମା କହୁଛନ୍ତି ଯେ ଭାରତୀୟ ଛାତ୍ରଛାତ୍ରୀଙ୍କୁ ଡରାଇବା ଲାଗି ଋଷିଆ ସୈନିକ ତାଙ୍କ ଆଡକୁ ଲକ୍ଷ କରି ଗୁଳି ଓ ଗୋଳା ମାଡ଼ କରିଥିଲେ ଓ ପରେ ଛାତ୍ରଙ୍କ ଠାରୁ ଛାତ୍ରୀଙ୍କୁ ଅଲଗା କରି କେଉଁ ଆଡେ ନେଇଯାଇଛନ୍ତି। ଯେଉଁମାନଙ୍କ ସମ୍ପର୍କରେ ଏବେ କୌଣସି ସୂଚନା ମଧ୍ୟ ମିଳିପାରୁ ନାହିଁ। ଏହି କଥା କହି ଗରିମା କାନ୍ଦିବା ସହ ଭାରତର ପ୍ରଧାନମନ୍ତ୍ରୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କୁ ତୁରନ୍ତ ଉଦ୍ଧାର କରିବା ଲାଗି ପଦକ୍ଷେପ ନେବା ନିମନ୍ତେ ଗୁହାରି କରିଛନ୍ତି।

ଗରିମା କହିଛନ୍ତି ଯେ ଆମେ ଏପରି ଅନେକ ସିନେମା ଦେଖିଛୁ ଯେଉଁଥିରେ ଏପରି ପରିସ୍ଥିତିରେ ଭାରତୀୟଙ୍କୁ ସେଠାରୁ ବାହାର କରାଯାଇଛି। ଆମେ ବି ଭାବୁଥିଲୁ ଆମକୁ ବି ସେପରି ବାହାର କରାଯିବ। ହେଲେ ଆମକୁ ଏବେ ଲାଗୁଛି ଆମେ ଏଠାରେ ଆଉ ବଞ୍ଚିବୁନି। ଏଣୁ ଗରିମା ସରକାର କୃପାକରି ଆମକୁ ବଞ୍ଚାନ୍ତୁ ଓ ତୁରନ୍ତ ଭାରତୀୟ ସେନାକୁ ଆମର ଉଦ୍ଧାର ଲାଗି ଏଠାକୁ ପଠାନ୍ତୁ ବୋଲି ନିବେଦନ କରିଛନ୍ତି। ଏଥିରେ ଗରିମା ହାତ ଯୋଡି ଯେଉଁ ଲୋକମାନେ ତାଙ୍କର ଏହି ଭିଡିଓକୁ ଦେଖୁଛନ୍ତି ସେମାନେ ଏହାକୁ ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସେୟାର କରନ୍ତୁ । ଜୟ ହିନ୍ଦ ଓ ଜୟ ଭାରତ ବୋଲି କହି ତାଙ୍କ ଭିଡିଓ ବନ୍ଦ କରିଛନ୍ତି।

ଏବେ ଗରିମା ମିଶ୍ରଙ୍କ ଦାବିକୁ ସତ୍ୟାପିତ କରାଯାଇପାରୁନାହିଁ। ତେବେ ଏହି ଭିଡିଓଟି ଏବେ ଭାରତୀୟ ସୋସିଆଲ ମିଡିଆରେ ନିଶ୍ଚିତ ରୂପେ ହଇଚଇ ସୃଷ୍ଟି କରିଛି। ଭିଡିଓ ଦେଖିବା ପରେ ଲୋକେ ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଦେଲେଣି। ଏ ବାବଦେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରନ୍ତୁ ବୋଲି ମଧ୍ୟ ଦାବି କରୁଛନ୍ତି।

 

Related Articles

Back to top button
WP Twitter Auto Publish Powered By : XYZScripts.com