Featuredଅନ୍ତର୍ଜାତୀୟଜାତୀୟରାଜନୀତି

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିମନ୍ତ୍ରଣ କଲେ ଜୋ ବାଇଡେନ୍‌

ୱାସିଂଟନ୍‌: ପ୍ରଧାନ ମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ କରିଛନ୍ତି ଆମେରିକା ଜୋ ବାଇଡେନ୍‌ ରାଷ୍ଟ୍ରପତି । ଚଳିତ ବର୍ଷ ଜୁନ୍‌ ବା ଜୁଲାଇ ମାସରେ ଆମେରିକା ଗସ୍ତରେ ଆସିବା ନିମନ୍ତ୍ରଣ କରିଥିବା କଥା ସମ୍ବାଦ ସରବରାହ ସଂସ୍ଥାନ ‘ପିଟିଆଇ’ ରିପୋର୍ଟ କରିଛି।

ଏହି ନିମନ୍ତ୍ରଣ ଔପଚାରିକ ଭାବେ ଗ୍ରହଣ କରାଯାଇଛି ଏବଂ ଉଭୟ ଦେଶର ସରକାରୀ ଅଧିକାରୀମାନେ ପରସ୍ପରକୁ ସୁବିଧା ହେବା ଭଳି ଗସ୍ତ ତାରିଖ ସ୍ଥିର କରୁଥିବା କଥା ବିଭିନ୍ନସୂତ୍ରରୁ ସୂଚନା ମିଳିଛି।

ପ୍ରଧାନମନ୍ତ୍ରୀ ହେବା ସମୟରୁ ମୋଦୀ ପ୍ରାୟ ୬/୭ଥର ଆମେରିକା ଗସ୍ତରେ ଯାଇଥିଲେ ବି ସେଗୁଡ଼ିକ ମଧ୍ୟରୁ ଅଧିକାଂଶ ଗସ୍ତ ଥିଲା ସରକାରୀ ଅଥବା କୌଣସି କାର୍ଯ୍ୟ ନିମିତ୍ତ ଗସ୍ତ। କିନ୍ତୁ, ଏହା ହେବ ତାଙ୍କର ପ୍ରଥମ ‘ଷ୍ଟେଟ୍‌ ଭିଜିଟ୍‌’ । ତେଣୁ, ଏହାକୁ ଦୁଇ ସାର୍ବଭୌମ ରାଷ୍ଟ୍ରର ଦ୍ବିପାକ୍ଷିକ ବନ୍ଧୁତ୍ବର ସର୍ବୋଚ୍ଚ ନିଦର୍ଶନ ଭାବେ ବିବେଚନା କରାଯାଉଛି। ଏଥିରେ ସରକାରୀ ଉତ୍ସବ ଓ ଭୋଜିସଭା ଆୟୋଜନ କରାଯିବ।

Related Articles

Back to top button
WP Twitter Auto Publish Powered By : XYZScripts.com