ଜାତୀୟ

କାଶୀପୁରରେ ସ୍ଥିତି ସୁଧୁରୁଛି, ଏହାକୁ ମହାମାରୀ କହିହେବ ନାହିଁ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କାଶୀପୁରରେ ପାଣି ଉତ୍ସରୁ ସଂକ୍ରମଣ ହୋଇଛି । ସେଠି ଭିବ୍ରିଓ କଲେରା ବ୍ୟାକ୍ଟେରିଆର ସଂକ୍ରମଣ ଥିବା ଜଣାପଡିଛି । ଯେହେତୁ ସାଧାରଣ ପାଣି ସୋର୍ସ ଥିଲା, ପାଖପାଖ ସ୍ଥାନକୁ ଏହା ଆକ୍ରାନ୍ତ କରିଛି । ପ୍ରଥମେ ଅବସ୍ଥା ଖରାପ ଥିଲା । ଏବେ ନିୟନ୍ତ୍ରଣରେ ରହିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାୟଗଡ଼ା, କୋରାପୁଟର ସ୍ୱାସ୍ଥ୍ୟ ବିଭାଗ ଟିମ ସେ ସ୍ଥାନରେ ନିୟୋଜିତ ହୋଇ ସ୍ଥିତି ମନିଟରିଂ କରୁଛନ୍ତି । ବିଶୋଧନ କାର୍ଯ୍ୟକ୍ରମ ଚାଲିଛି । କିଭଳି ଭଲ ପାଣି ଯୋଗାଇ ଦିଆଯାଇପାରିବ ସେନେଇ ବ୍ୟବସ୍ଥା କରାଯାଉଛି । ଏଠାରୁ ସ୍ୱାସ୍ଥ୍ୟ ବିଭାଗର ଟିମ ଯାଇଥିଲେ । ଆଜି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ରାୟଗଡ଼ା ଓ କୋରାପୁଟ ଯାଇଛନ୍ତି । ପ୍ରତିଦିନ ସେଠାରୁ ନମୁନା ପରୀକ୍ଷା କରାଯାଉଛି । ଆଦିବାସୀ ଅଞ୍ଚଳ ହୋଇଥିବାରୁ  ସେମାନେ ପିଇବା ଲାଗି ଝରଣାରୁ ପାଣି ସଂଗ୍ରହ କରିଥାନ୍ତି । ତେଣୁ ସଂକ୍ରମିତ ଝରଣା ପାଣି ଯୁଆଡେ ଯାଇଛି, ସେଠାରେ ସଂକ୍ରମଣ ଆଶଙ୍କା ରହିଛି । ସେଥିଲାଗି ଉକ୍ତ ଉତ୍ସରୁ ପାଣି ବ୍ୟବହାର ନକରିବାକୁ ଲୋକମାନଙ୍କୁ ବୁଝାଯାଉଛି । କିନ୍ତୁ ଏବେ ସ୍ଥିତି ଉଦବେଗଜନକ ନାହିଁ । ଏହାକୁ ମହାମାରୀ କୁହାଯାଇପାରିବ ନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com