ଅନ୍ତର୍ଜାତୀୟ

ସମସ୍ତ ସ୍କୁଲ ଓ କାର୍ଯ୍ୟାଳୟ ବନ୍ଦ କିରିବାକୁ ଘୋଷଣା କଲେ ଶ୍ରୀଲଙ୍କା ସରକାର

ସ୍ୱାଧୀନତା ପରଠାରୁ ସବୁଠାରୁ ଅଧିକ ଖରାପ ଆର୍ଥିକ ସ୍ଥିତି ଦେଇ ଏବେ ଗତି କରୁଛି ଶ୍ରୀଲଙ୍କା । ଏହି କାରଣରୁ ସରକାର ଇନ୍ଧନ କ୍ରୟ କରିବାରେ ଅସମର୍ଥ ହେଉଛନ୍ତି । ଏସବୁକୁ ନଜରରେ ରଖି ଶ୍ରୀଲଙ୍କା ସରକାର  ଜୁନ ୨୦ ତାରିଖ ଅର୍ଥାତ ଆଜିଠାରୁ ଗୋଟିଏ ସପ୍ତାହ ପାଇଁ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ସରକାର କିଛି ପରିମାଣର ଇନ୍ଧନ ବଞ୍ଚାଇ ପାରିବେ ବୋଲି କୁହାଯାଉଛି ।ସେପଟେ ଶ୍ରୀଲଙ୍କା ଶିକ୍ଷାମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଛି କି, କଲମ୍ବୋ ସହରର ସମସ୍ତ ସରକାରୀ ଓ ସରକାରୀ ମାନ୍ୟତାପ୍ରାପ୍ତ ଘରୋଇ ସ୍କୁଲ ଆସନ୍ତା ସପ୍ତାହରୁ ବନ୍ଦ କରିଦିଆଯିବ । ଶିକ୍ଷକମାନେ ଅନଲାଇନରେ କ୍ଲାସ କରିବେ । ଏହାସହ ଦେଶରେ ଖାଦ୍ୟ ସଂକଟକୁ ହ୍ରାସ କରିବାକୁ କୃଷି କ୍ଷେତ୍ର ସହିତ ଜଡିତ ହୋସାଫାଇଡ୍ ଅଧିକାରୀମାନଙ୍କୁ ଆସନ୍ତା ୩ ମାସ ପାଇଁ ପ୍ରତି ସପ୍ତାହରେ ଗୋଟିଏ ଦିନ ଛୁଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଅନ୍ୟପଟେ ଲୋକ ପ୍ରଶାସନ ଓ ଗୃହମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ସର୍କୁଲାର ମୁତାବକ ସ୍ୱାସ୍ଥ୍ୟକ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀମାନେ ଅଫିସ ଯାଇ କାମ କରିବେ । ହେଲେ ଜରୁରୀସେବା ବାହାରେ କାମ କରୁଥିବା କର୍ମଚାରୀଙ୍କ ପାଇଁ ଲମ୍ବା ଛୁଟି ଘୋଷଣା କରାଯାଇଛି ।କେବଳ ଏତିକିରେ ଶ୍ରୀଲଙ୍କାବାସୀଙ୍କ ଦୁଖ ସରିନି । ଦୀର୍ଘଦିନ ହେବ ଦେଶରେ ପ୍ରତିଦିନ ୧୩ ଘଂଟାରୁ ଅଧିକ ସମୟ ଧରି ବିଜୁଳି ସେବା ପାଇବାରୁ ବଞ୍ଚିତ ହେଉଛନ୍ତି । ଶୁକ୍ରବାରଦିନ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଶାନିଲ ବିକ୍ରମାସିନେ୍ଧ କହିଛନ୍ତି କି ମୋଟ ୨.୨୦ କୋଟି ଲୋକଙ୍କ ମଧ୍ୟରୁ ୫୦ ଲକ୍ଷ ଲୋକ ଖାଦ୍ୟ ସମସ୍ୟାରେ ସମ୍ମୁଖୀନ ହେବାକୁ ଯାଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com