Featuredଅନ୍ତର୍ଜାତୀୟ

ଋଣ ଶୁଝିଦେଲା ପୋଷାକୁକୁର ! ମାଲିକ ଜୀବନ ବଞ୍ଚେଇଦେଲା,ହେଲେ ନିଜକୁ ବଞ୍ଚେଇ ପାରିଲାନି କୁକୁର

ଭୁବନେଶ୍ୱର: କୁହାଯାଏ କୁକୁର ଏକ ବିଶ୍ଵସ୍ଥ ପ୍ରାଣୀ। ସମୟ ଆସିଲେ ମାଲିକ ପାଇଁ ନିଜ ଜୀବନକୁ ମଧ୍ୟ ବାଜିରେ ଲଗାଇଦିଏ । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନରେ । ଗୋଟିଏ ଚାଇନିଜ୍ କୁକୁର ତାର ମାଲିକକୁ ବଞ୍ଚାଇଦେଲା କିନ୍ତୁ ସେ ନିଜ ଜୀବନକୁ ବଞ୍ଚେଇପାରିନଥିଲା। ଯାହାର କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବାସ୍ତବରେ ଏହି ଘଟଣା ଚୀନର ଏକ ପ୍ରଦେଶରୁ ଆସିଛି । ସାଉଥ ଚାଇନା ମର୍ନିଂ ପୋଷ୍ଟରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ୭୮ ବର୍ଷୀୟ ୟାଙ୍ଗ ଏକ ପୋଷା କୁକୁର ରଖିଥିଲେ ଯାହାର ନାଁ ରଖିଥିଲେ ଆୱାଙ୍ଗ। ୟାଙ୍ଗ ତାଙ୍କ ଘରେ ଏକୁଟିଆ ରହୁଥିବା ବେଳେ ତାଙ୍କ ସହିତ ତାଙ୍କ ପୋଷା କୁକୁର ଆୱାଙ୍ଗ ମଧ୍ୟ ତାଙ୍କ ସହ ରହୁଥିଲା। ଦିନେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ତଳେ ପଡ଼ିଯାଇଥିଲେ। କୁକୁର ଏହାକୁ ଦେଖିବା ପରେ ସେ ଜୋରରେ ଭୁକିବାକୁ ଲାଗିଲା ଯାହାଦ୍ୱାରା ପାଖ ପଡୋଶୀମାନେ ଏକାଠି ହୋଇଥିଲେ । ଯେତେବେଳେ ପଡ଼ୋଶୀମାନେ ତାଙ୍କ ଘରକୁ ଯାଇଥିଲେ, ସେମାନେ ଦେଖିଲେ ଯେ ବୃଦ୍ଧ ଜଣକ ତଳେ ପଡିଛନ୍ତି ।

ପଡୋଶୀମାନେ ତୁରନ୍ତ ସେହି ବୃଦ୍ଧଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲେ ଏବଂ ତାଙ୍କର ଚିକିତ୍ସା ଆରମ୍ଭ ହେଲା। ଏଠାରେ କୁକୁର ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲା, କିନ୍ତୁ ବୃଦ୍ଧଙ୍କ ଅବସ୍ଥା ଦେଖି ସେ ଡାକ୍ତରଖାନା ଛାଡିବାର ନା ନେଉନଥିଲା।

ମାଲିକଙ୍କ ଅବସ୍ଥା ଦେଖି ତାଙ୍କ କୁକୁର ଖାଇବା ପିଇବା ବନ୍ଦ କରି ଦେଲା। ପ୍ରାୟ ୧୫ ଦିନ ପରେ ବୃଦ୍ଧଙ୍କ ଅବସ୍ଥା ଭଲ ହୋଇଗଲା, ଆଉ ସେ ଡାକ୍ତରଖାନାରୁ ବାହାରକୁ ଆସିଲେ, କିନ୍ତୁ କୁକୁରଟି ଅବସ୍ଥା ସେତେବେଳକୁ ବିଗିଡି ସାରିଥିଲା।

ରିପୋର୍ଟ ଅନୁଯାୟୀ, ଏହି କୁକୁରଟି ସେହି ବୃଦ୍ଧ ବ୍ୟକ୍ତିଙ୍କ ସହ ବହୁ ବର୍ଷ ଧରି ରହୁଥିଲା ଏବଂ ତାଙ୍କୁ ବହୁତ ଭଲ ପାଉଥିଲା। ବୃଦ୍ଧ ଜଣକ ଡାକ୍ତରଖାନାରେ ଭର୍ତ୍ତି ହେବା ପରଠାରୁ ଏହି କୁକୁର ଖାଦ୍ୟ ଓ ପାଣି ଛାଡି ଦେଇଥିଲା। ବୃଦ୍ଧ ଜଣକ ଆରୋଗ୍ୟ ହୋଇ ଘରକୁ ଫେରିଥିଲେ ହେଲେ ତାଙ୍କ ପୋଷା କୁକୁରଟି ଆଉ ଫେରିନଥିଲା। ମାଲିକ ଚିନ୍ତାରେ ଖାଇବା ଛାଡ଼ିଦେବା ଫଳରେ ପୋଷାକୁକୁର ଆୱାଙ୍ଗର ମୃତ୍ୟୁ ହୋଇଥିଲା । ମାଲିକ ପ୍ରତି କୁକୁରର ଏଭଳି ବଳିଦାନ ଦେଖି ସମସ୍ତେ ଭାବପ୍ରବଣ ହୋଇଯାଇଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com