Featuredଓଡ଼ିଶା

ଲୋକାର୍ପିତ ହେବ ଅତ୍ୟାଧୁନିକ ବହୁତଳ ପାର୍କିଂ

ଭୁବନେଶ୍ବର: ଲୋକାର୍ପିତ ହେବାକୁ ଯାଉଛି ରାଜମହଲ ଛକ ସ୍ଥିତ ବହୁ ପ୍ରତିକ୍ଷିତ ଅତ୍ୟାଧୁନିକ ବହୁତଳ କାର ପାର୍କିଂ । ୭ ତାଲା ବିଶିଷ୍ଟ ଏହି ପାର୍କିଂ ସ୍ଥଳରେ ୪୫୦ ଚାରି ଚକିଆ ଓ ୩୫୦ ରୁ ଅଧିକ ମୋଟର ସାଇକେଲ ପାର୍କିଂ ହୋଇପାରିବ । ଦୁଇଚକିଆ ପାର୍କିଂ ପାଇଁ ଘଣ୍ଟା ପ୍ରତି ୧୦ ଟଙ୍କା ଓ ଚାରି ଚକିଆ ଯାନ ପାଇଁ ୪୦ ଟଙ୍କା ଦେୟ ଦେବାକୁ ହେବ । ଅଧିକ ସମୟ ପାଇଁ ଗାଡି ମାଲିକଙ୍କୁ ଅଧିକ ଦେୟ ଦେବାକୁ ପଡିବ । ବନାରସ’ର ମଲ୍ଟିପ୍ଲେକ୍ସ ନାମକ ଏକ କମ୍ପାନୀକୁ ସ୍ମାର୍ଟସିଟି ପକ୍ଷରୁ ୫ ବର୍ଷ ପାଇଁ ଲିଜ ସୂତ୍ରରେ ଦିଆଯାଇଛି । ଏଥିରେ ସିସିଟିଭି ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଓ ସୁରକ୍ଷା ବ୍ୟବସ୍ଥା ରହିଛି । ଗତକାଲି ସନ୍ଧ୍ୟାରେ ଏହାର ଟ୍ରାଏଲ ରନ୍ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com