ଅନ୍ତର୍ଜାତୀୟରାଜନୀତି

‘ଚୀନ୍ ଆକ୍ରମଣ ବେଳେ ଆମେ ତୁମ ସାଥିରେ ଥିଲୁ’ : ଭାରତକୁ ପୁରୁଣା କଥା ମନେ ପକାଇଲା ଆମେରିକା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗରେ ଭାରତ ବର୍ତ୍ତମାନସୁଦ୍ଧା ନିରପେକ୍ଷ ନୀତି ଆପଣାଇଛି । ଉଭୟ ଦେଶକୁ ଭାରତ ସରକାର କେବଳ ଶାନ୍ତି ଅପିଲ କରୁଛନ୍ତି । ଜାତିସଂଘ ଭୋଟିଂରୁ ମଧ୍ୟ ଭାରତ ନିଜକୁ ଦୂରେଇ ରଖୁଛି । ଭାରତର ଏଭଳି ନୀତିକୁ ଆମେରିକା ଦୃଢ଼ ନିନ୍ଦା କରିଛି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ରୋ ଖନ୍ନା କହିଛନ୍ତି, ଭାରତ ଖୋଲାଖୋଲି ଭାବେ ରୁଷ ଆକ୍ରମଣର ନିନ୍ଦା କରୁ । ଭାରତ ରୁଷ ଏବଂ ଚୀନ୍‌ରୁ ତେଲ ଆମଦାନୀ କରିବା ମଧ୍ୟ ବନ୍ଦ କରୁ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଚୀନ୍‌ ଭାରତ ଉପରେ ଆକ୍ରମଣ କରିଥିଲା ସେତେବେଳେ ଆମେରିକା ଭାରତ ସାଥୀରେ ଥିଲା, ଏଭଳି ପରିସ୍ଥିତିରେ ରୁଷ ଭାରତର ସାଥ୍‌ ଦେଇନଥିଲା । ଏଣୁ ଭାରତ କାହା ସପକ୍ଷରେ ରହିବ ଏକଥା ପୁଣିଥରେ ବିଚାର କରୁ । ଭାରତ ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣିବା ବନ୍ଦ କରି ଆମେରିକାଠାରୁ ଅସ୍ତ୍ର କିଣିବା ଆରମ୍ଭ କରୁ । ରୁଷ ବିରୋଧରେ ସ୍ୱରକୁ ସୁଦୃଢ଼ କରିବାକୁ ଆମେରିକାକୁ ଭାରତର ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com