ଜାତୀୟରାଜନୀତି

ବିଜେପି ନେତା ତାଜିନ୍ଦର ପାଲ୍ ସିଂହ ବଗା ଗିରଫ, ଅରବିନ୍ଦ କେଜ୍ରିଓ୍ବାଲଙ୍କ ବିରୋଧରେ ଅଭିଯୋଗ ଆଣିଲେ ପରିବାର

ନୂଆଦିଲ୍ଲୀ()  ବିଜେପି ନେତା ତାଜିନ୍ଦର ପାଲ୍ ସିଂହ ବଗାଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ଦିଲ୍ଲୀରୁ ତାଜିନ୍ଦରଙ୍କୁ ପଞ୍ଜାବ ପୋଲିସ ଗିରଫ କରିଛି । ତାଜିନ୍ଦରଙ୍କ ଗିରଫଦାରୀ ପରେ ତାଙ୍କ ପରିବାର ଲୋକ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ତାନାଶାହୀ ଅଭିଯୋଗ ଆଣିଛନ୍ତି । ପରିବାର ଲୋକ ତାଙ୍କ ଗିରଫଦାରୀକୁ ଭୁଲ ବୋଲି କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତ ଅପ୍ରେଲ ୧ ତାରିଖରେ ମୋହାଲିରେ ଦାୟର ମାମଲା ଆଧାରରେ ପଞ୍ଜାବ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆମ୍ ଆଦମୀ ପାର୍ଟି ମୁଖପାତ୍ର ସନ୍ନି ସିଂହ ଆହଲୁଓ୍ବାଲିଆଙ୍କ ଅଭିଯୋଗ ଆଧାରରେ ମାମଲା ଦାୟର କରିଥିଲା । ସନ୍ନି ସିଂହ ଆହଲୁଓ୍ବାଲିଆ ନିଜ ଅଭିଯୋଗରେ କହିଥିଲେ ଯେ, ତାଜିନ୍ଦର ସିଂହ ବଗା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ କ୍ଷତି ପହଞ୍ଚାଇବାକୁ ଚାହୁଁଛନ୍ତି ଏବଂ ଏଥିପାଇଁ ଲୋକଙ୍କୁ ଉସକାଉଛନ୍ତି । କେବଳ ଏତିକି ନୁହେଁ ତାଜିନ୍ଦର ଲୋକଙ୍କୁ ଧାର୍ମିକ ଭାବନାକୁ ଉସକାଇ ଅରବିନ୍ଦ କେଜ୍ରିଓ୍ବାଲଙ୍କର କ୍ଷତି କରିପାରନ୍ତି । ଏହାସହ ସମାଜରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି ।

ବିଜେପି ନେତା କପିଲ ମିଶ୍ରା ଟ୍ବିଟ୍ କରି କହିଛନ୍ତି, ତାଜିନ୍ଦର ବଗାଙ୍କୁ ପଞ୍ଜାବ ପୋଲିସର ୫୦ ଯବାନ ଘରୁ ଗିରଫ କରିଛନ୍ତି । ତାଜିନ୍ଦର ଜଣେ ସଚ୍ଚୋଟ ସର୍ଦାର । ତାଙ୍କୁ ଏଭଳି ନା ଡରାଇ ପାରିବେ ନା ଦୁର୍ବଳ କରିପାରିବେ । ଜଣେ ସଚ୍ଚୋଟ ସର୍ଦାରଙ୍କୁ ଏତେ ଡର କାହିଁକି ?  କପିଲ ମିଶ୍ରା ଅନ୍ୟ ଏକ ଟ୍ବିଟ୍‌ରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ଉପରେ ଅଭିଯୋ ଆଣିଛନ୍ତି । ତାଜିନ୍ଦରଙ୍କ ବାପାଙ୍କ ସହ ମାରପିଟ୍ କରାଯାଇଥିବା ଅଭିଯୋଗ ମଧ୍ୟ ଆଣିଛନ୍ତି କପିଲ ମିଶ୍ରା ।

Related Articles

Back to top button
WP Twitter Auto Publish Powered By : XYZScripts.com