ଅନ୍ତର୍ଜାତୀୟଜାତୀୟରାଜନୀତି

ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହେବେ ଲିଜ୍ ଟ୍ରସ୍

ବ୍ରିଟେନ, ୦୫/୦୯/୨୦୨୨ –   ଲିଜ୍ ଟ୍ରସ୍ ହେବେ ବ୍ରିଟେନର ପ୍ରଧାନମନ୍ତ୍ରୀ । ସୋମବାର ବ୍ରିଟେନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ହେଇଥିବା ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏଥିରେ ଟ୍ରସଙ୍କୁ ୮୧ ହଜାର ୩୨୬ ଖଣ୍ଡ ଭୋଟ୍ ମିଳିଥିବାବେଳେ, ଋଷିଙ୍କୁ ୬୦ ହଜାର ୩୯୯ ଖଣ୍ଡ ଭୋଟ୍ ମିଳିଥିଲା ।

ଦୁଇ ପ୍ରତିଦ୍ୱନ୍ଦ୍ୱୀ ଋଷି ଓ ଟ୍ରସଙ୍କ ମଧ୍ୟରେ କଡା ଟକ୍କର ହୋଇଥିଲା । ଶୁକ୍ରବାର ଦିନ ଭୋଟ୍ ଗ୍ରହଣ ଶେଷ ହୋଇଥିଲା । ଫଳାଫଳ ପୂର୍ବରୁ ଆସିଥିବା ସମସ୍ତ ସର୍ଭେରେ ଋଷିଙ୍କଠାରୁ ଟ୍ରସ୍ ବହୁ ଆଗରେ ରହିଥିଲେ । ବିଦାୟୀ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଠାରୁ କ୍ଷମତା ହସ୍ତାନ୍ତର ଲଣ୍ଡନର ବକିଂହାମ୍ ପ୍ୟାଲେସ୍ ବଦଳରେ ସ୍କଟଲାଣ୍ଡର ବାଲମୋରାଲ କ୍ୟାସଲରେ ଅନୁଷ୍ଠିତ ହେବ । ରାଣୀ ଦ୍ୱିତୀୟ ଏଲିଜାବେଥ୍ ବର୍ତ୍ତମାନ ସ୍କଟଲାଣ୍ଡରେ ଗ୍ରୀଷ୍ମ ଛୁଟି କଟାଉଥିବାରୁ ନିୟମରେ ପରିବର୍ତ୍ତନ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com