Breaking NewsFeaturedରାଜନୀତି

ରାମାରାଓଙ୍କ ମାଡରେ ଘାଇଲା ମୋଦି

ଦିନକୁ ଦିନ ଘନଉଛି ବିଜେପି ଓ ବିଆରଏସ ବିବାଦ । କେତେବେଳେ କେସିଆରଙ୍କ ବିଆରଏସକୁ ମୋଦିଙ୍କ ନିଶାନା ତ ଆଉ କେତେବେଳେ ବିଜେପିକୁ କେସିଆରଙ୍କ ପୁଅଙ୍କ ଆକ୍ରମଣ । ଏହାକୁ ନେଇ ଏବେ ରାଜନୈତିକ ବାତାବରଣ ବେଶ ସରଗରମ । ମୋଦିଙ୍କ ବୟାନ ପରେ ଏବେ ବିଜେପିକୁ ଟାର୍ଗେଟ କରିଛନ୍ତି ତେଲେଙ୍ଗନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ପୁଅ କେଟି ରାମାରାଓ । ବିଜେପି ହେଉଛି ସବୁଠୁ ବଡ ମିଛ ଫ୍ୟାକ୍ଟ୍ରି । ଆଉ ପ୍ରଧାନମନ୍ତ୍ରୀ ହେଉଛନ୍ତି ଜଣେ ବଡ ମିଛୁଆ । ଏହାସହ ଗୋଟେ ଫିଲ୍ମ ପାଇଁ ମୋଦି ଜଣେ ଭଲ ସଂଳାପ ଲେଖକ ହୋଇପାରିବେ । ଏପରିକି ଭଲ ଗପ ଲେଖି ସେ ଓସ୍କାର ଜିତିପାରିବେ । ଏଭଳି ଢଙ୍ଗରେ ମୋଦିଙ୍କୁ ନିଶାନା କରିଛନ୍ତି ରାମାରାଓ । ବିଆରଏସ ଏନଡିଏରେ ମିଶିବାକୁ ଚାହୁଥିବା ନେଇ ମୋଦିଙ୍କ ମନ୍ତବ୍ୟ ପରେ ସେ ବର୍ଷିଛନ୍ତି । ଆମକୁ କଣ ପାଗଳା କୁକୁର କାମୁଡି ଯେଆମେ ଏନଡିଏରେ ସାମିଲ ହେବାକୁ ମନବଳେଇବୁ ବୋଲି କହିଛନ୍ତି ରାମାରାଓ । ଏନଡିଏରେ ସାମିଲ ହୋଇଥିବା ଦଳମାନେ ସତ ଜାଣିପାରି ଏବେ ସେଠାରୁ ମୁହଁ ଫେରାଉଛନ୍ତି । ଶିବସେନା, ଜେଡିୟୁ, ଶିରୋମଣି ଅକାଳି ଦଳ ମୁହଁ ଫେରାଇ ନେଲେଣି । କେବଳ ସିବିଆଇ, ଇଡି, ଆଇଟି ଡିପାର୍ଟମେଂଟ ବ୍ୟତୀତ ତୁମ ପାଖରେ କିଏ ଅଛନ୍ତି ବୋଲି ପଚାରିଛନ୍ତି ରାମାରାଓ ।

କେଟି ରାମାରାଓ, କେସିଆରଙ୍କ ପୁଅ
ଏଠାରେ ଆପଣଙ୍କୁ କହିରଖୁଛୁ ଯେ ଗତ ମଙ୍ଗଳବାର ଦିନ ବିଆରଏସ, ବିଜେପି ନେତୃତ୍ୱାଧୀନ ଏନଡିଏ ରେ ମିଶିବାକୁ ଚାହୁଁଥିଲା ବୋଲି କହିଥିଲେ ମୋଦି । ୨୦୨୦ ହାଇଦ୍ରାବାଦ ପୌରପାଳିକା ନିର୍ବାଚନ ପରେ ସେ କେସିଆର ମୋଦିଙ୍କ ସହ ହାତ ମିଳାଇବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କେସିଆର କରିଥିବା କର୍ମ ପାଇଁ ସେ ତାଙ୍କ ସହ ମିଶିବାକୁ ମନା କରିଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ମୋଦି ବୟାନ ଦେଇଥିଲେ । ଶୁଣନ୍ତୁ କଣ କହିଥିଲେ ମୋଦି ।

ନରେନ୍ଦ୍ର ମୋଦି, ପ୍ରଧାନମନ୍ତ୍ରୀ
ଏହି ବୟାନ ବାଜି ଭିତରେ ଜୋର ଧରିଛି ରାଜନୈତିକ ଉଷ୍ମତା । କେସିଆର ଜଣେ ଫାଇଟର ଏବଂ ସେ ବିଜେପି ପରି ପାର୍ଟିର ନେତାଙ୍କ ସହ କେବେ ବି କାମ କରିବେ ନାହିଁ ବୋଲି କହିଛନ୍ତି ତେଲେଙ୍ଗନା ମନ୍ତ୍ରୀ ରାମାରାଓ । ଆମେ ଦିଲ୍ଲୀର କ୍ରିତଦାସ ନୁହେଁ ବୋଲି ଖୁଲମଖୁଲା କହିଛନ୍ତି କେଟି ରାମାରାଓ ।

Related Articles

Back to top button
WP Twitter Auto Publish Powered By : XYZScripts.com