Featuredଓଡ଼ିଶା

ସ୍ୱାସ୍ଥ୍ୟସେବା ଅନୁଷ୍ଠାନରେ ଭିତ୍ତିଭୂମି ବିକାଶ ନିମନ୍ତେ ୧୦୬୨ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ-ଯୋଜନା ଅନୁମୋଦନ

ଭୂବନେଶ୍ୱର: ସାର୍ବଜନୀନ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବାର ବିକାଶ ଦିଗରେ ଅନ୍ୟ ଏକ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ୧୦୬୨.୧୦ କୋଟି ଟଙ୍କାର ବାର୍ଷିକ କାର୍ଯ୍ୟ-ଯୋଜନା ଅନୁମୋଦନ କରିଛନ୍ତି । ଏହି ଅର୍ଥ ବିନିଯୋଗରେ ରୋଗୀ-କୈନ୍ଦ୍ରିକ ସୁବିଧା ଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ସମୟାନୁବନ୍ଧିତ ଭାବେ ପୁର୍ଣ୍ଣାଙ୍ଗ କରିବାକୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ଅର୍ଥମନ୍ତ୍ରୀ ନିରଞନ ପୁଜାରୀ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କାର୍ଯ୍ୟ ଯୋଜନା ବିଷୟରେ ସୂଚନା ଦେଇ ବିଭାଗୀୟ ଶମସନ ସଚିବ ଶ୍ରୀମତି ଶାଳିନୀ ପଣ୍ଡିତ୍ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ମିଶନ ମାଧ୍ୟମରେ ଷ୍ଟେଟ୍ ସେକ୍ଟର୍ ଯୋଜନାରୁ ଏହି ଅର୍ଥ ଦିଆଯାଇଛି । ଏଥିରେ ବିଭିନ୍ନ ଜିଲ୍ଲା, ଉପଖଣ୍ଡ, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ହେଲଥ୍ ସବ୍-ସେଣ୍ଟର ମାନଙ୍କରେ ଭିତ୍ତଭୂମିର ବିକାଶ କରାଯିବ । ଏଥିପାଇଁ ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବର ପ୍ରଶାସନିକ ଅନୁମୋଦନ ନିମନ୍ତେ ପ୍ରକ୍ରିୟା ତ୍ଵରାନ୍ୱିତ କରିବାକୁ ସ୍ୱାସ୍ଥ୍ୟ ସେବା, ଭେଷଜ ଶିକ୍ଷା ଓ ତାଲିମ, ଆୟୁଷ୍, ଡ୍ରଗସ୍ କଣ୍ଟୋଲ୍, ନର୍ସିଂ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପ୍ରତିଷ୍ଠାନର ନିର୍ଦ୍ଦେଶକମାନଙ୍କୁ କୁହାଯାଇଛି । ବିସ୍ତୃତ ପ୍ରକଳ୍ପ ପ୍ରସ୍ତାବ ପ୍ରସ୍ତୁତ କଲାବେଳେ ବିନିଯୋଗ ହେଉଥିବା ଅର୍ଥର ରୋଗୀ ସେବା ପାଇଁ ସର୍ବାଧିକ ଉପଯୋଗିତା ଉପରେ ଲକ୍ଷ୍ୟ ଦେବାପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଅନୁମୋଦିତ କାର୍ଯ୍ୟ ଯୋଜନା ଭିତରେ ମୁଖ୍ୟତଃ ୯ ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅତିରିକ୍ତ ସୁବିଧା ସୃଷ୍ଟି, ୬ ଟି ନୂଆ ଉପଖଣ୍ଡ ସ୍ତରୀୟ ହସ୍ପିଟାଲ୍ ନିର୍ମାଣ, ୬୦ ଟି କମ୍ୟୁନିଟି ହେଲଥ୍ ସେଣ୍ଟର ଘର ନିର୍ମାଣ, ୪୭ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ସହ ଷ୍ଟାଫ୍ କ୍ୱାଟର୍ ନିର୍ମାଣ, ତୃଣମୂଳ ସ୍ତରରେ ୪୦ ଟି ହେଲଥ୍ ସବ୍-ସେଣ୍ଟର ନିର୍ମାଣ, ୫ ଟି ପ୍ରାଥମିକ ଓ କମ୍ୟୁନିଟି ହେଲଥ୍ ସେଣ୍ଟରର ପାହ୍ୟାବୃଦ୍ଧି, ୬୯୬ ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସବ୍ ସେଣ୍ଟରରେ ରୋଗୀମାନଙ୍କୁ ପାଇଁ ଅଧିକ ସୁବିଧା ସୃଷ୍ଟି ଏବଂ ଆବାସିକ ଓ ଅଣ-ଆବାସିକ ଆୟୁଷକେନ୍ଦ୍ରର ବିକାଶ ଆଦି ପ୍ରକଳ୍ପମାନ ରହିଛି ।

ପ୍ରାପ୍ତ ସୂଚନାରୁ ଜଣପଡ଼ିଛି, ବରଗଡ଼, ଝାରସୁଗୁଡ଼ା, ମାଲକାନାଗିରି, ବାରିପଦା, ନୟାଗଡ଼ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଧିକ ସୁବିଧା ସୁଯୋଗ ସୃଷ୍ଟି କରାଯିବ । ସେହିପରି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ, ନବରଙ୍ଗପୁରର ଉମରକୋଟ, ମାଲକାନାଗିରିର ମାଥିଲି ଓ ଚିତ୍ରକୋଣ୍ଡା, ନୂଆପଡ଼ାର ଖରିଆର, ଏବଂ ଗଞାମ ଜିଲ୍ଲାର ଆସ୍କା ଠାରେ ନୂଆ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ ନିର୍ମାଣ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com