Breaking NewsFeaturedରାଜନୀତି

ଜେଲରେ ରହିବେ ଚନ୍ଦ୍ରବାବୁ ନାଇଡୁ

ଦୁର୍ନୀତି ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଶନିବାର ଗିରଫ କରିଥିଲା ସିଆଇଡି । ୩୭୧ କୋଟି ଟଙ୍କାର ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଥିଲା । ଏହି ଗିରଫଦାରୀ ପରେ ରାଜ୍ୟରେ ରାଜନୈତିକ ପାରା ଗଢିବାରେ ଲାଗିଛି ।

ଅନେକ ସ୍ଥାନରେ ଏହାକୁ ବିରୋଧ କରି ଆନେ୍ଦାଳନ ହେଉଥିବା ଦେଖିବାକୁ ମିଳିଥିଲା । ରବିବାର ଚନ୍ଦ୍ରବାବୁ ନାଇଡୁଙ୍କୁ କୋର୍ଟରେ ହାଜର କରାଯାଇଥିବା ବେଳେ ତାଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହାପରେ ବିଭିନ୍ନ ମହଲରେ ରାଜନୈତିକ ପ୍ରତିକ୍ରିୟା ଦେଖିବାକୁ ମିଳିଛି ।

ସେପଟେ ଚନ୍ଦ୍ରବାବୁ ନାଇଡୁଙ୍କ ଗିରଫଦାରିକୁ ନେଇ ରାଜନୈତିକ ଆକ୍ରୋସମୂଳକ କାର୍ଯ୍ୟାନୁଷ୍ଠାନ ଅଭିଯୋଗରେ ସୋମବାର ଅର୍ଥାତ ଆଜି ତେଲୁଗୁ ଦେଶମ ପାର୍ଟି ପକ୍ଷରୁ ରାଜ୍ୟବ୍ୟାପି ବନ୍ଦ ପାଳନ କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ସୁରକ୍ଷା ବ୍ୟସସ୍ଥାକୁ କଡା କଡି କରାଯାଇଛି । ପୁଲିସ କିମ୍ବା ସ୍ଥାନୀୟ ପ୍ରଶାସନର ଅନୁମତି ବିନା କୌଣସି ରାଜନୈତିକ କିମ୍ବା ବିକ୍ଷୋଭ ଶୋଭା ଯାତ୍ରା ବାହାରି ପାରିବ ନାହିଁ । ସେହିପରେ ସମ୍ବେଦିନଶୀଳ ସ୍ଥାନ ତଥା ଟିଡିପିର ପ୍ରଭାବ ଥିବା ଅଞ୍ଚଳ ଗୁଡିକରେ ସୁରକ୍ଷା ବ୍ୟବସ୍ଥା ବଢାଯିବା ସହ ଆଗୁଆ ୧୪୪ ଧାରା ଜାରି କରାଯାଇଛି ।

ଆନ୍ଧ୍ରପ୍ରଦେଶରେ ଦକ୍ଷତା ବିକାଶ ଅଭିଯାନ ଅନ୍ତର୍ଗତ କ୍ଲଷ୍ଟର ଅଫ ସେଣ୍ଟରର୍ସ ଅଫ ଏକ୍ସଲେନ୍ସ ପ୍ରତିଷ୍ଠା ସମୟରେ ଏହି ଦୁର୍ନୀତି ହୋଇଥିଲା । ଯେଉଁଥିରେ ପ୍ରାୟ ୩୦୦ କୋଟି ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା । କୌସଳ ଦୁର୍ନୀତି ମାମଲାରେ ସିଆଇଡି ଚନ୍ଦ୍ରବାବୁ ନାଇଡୁଙ୍କ ନାମରେ ୨୦୨୧ରେ ମାମଲା ଦାଏର କରାଯାଇଥିଲା । କେବଳ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ନୁହଁନ୍ତି ବରଂ ୨୫ଜଣଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି ।

ସେହିପରି ପୂର୍ବରୁ ଏହି ମାମଲାରେ ୮ ଜଣଙ୍କୁ ଗିରଫ କରାଯାଇ ସାରିଛି । ବର୍ତ୍ତମାନ ଚନ୍ଦ୍ରବାବୁଙ୍କୁ ସିଆଇଡି ଗିରଫ କରିବା ସହ ତାଙ୍କ ପୁଅ ଲୋକେଶଙ୍କୁ ମଧ୍ୟ ପୂର୍ବ ଗୋଦାବରୀ ଜିଲ୍ଲା ପୁଲିସ ହେପାଜତକୁ ନେଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com