Breaking NewsFeaturedଐତିହ୍ୟ ଓ ସଂସ୍କୃତିଜାତୀୟମନୋରଞ୍ଜନ

ସବୁ ହଲର ପ୍ରଥମ ସିଟକୁ ପ୍ରଭୁ ହନୁମାନଙ୍କ ଲାଗି ରିଜର୍ଭ ରଖିଲା ‘ଆଦି ପୁରୁଷ’ ଟିମ୍‌

ମୋବାଇଲ୍ ନ୍ୟୁଜ୍ ଟିମ୍‌: ସିନେମା ଇତିହାସରେ ପ୍ରଥମ ଥର ହେବ ଏମିତି । ବିଗ୍ ବଜେଟ୍‌ର ଫିଲ୍ମ “ଆଦି ପୁରୁଷ’ ଲାଗି ପ୍ରେକ୍ଷାଳୟରେ ପ୍ରଥମ ସିଟ୍ କୁ ଶ୍ରୀରାମ ଭକ୍ତ ହନୁମାନଜୀଙ୍କ ଲାଗି ରିଜର୍ଭ ରଖାଯାଇଛି । ପ୍ରେକ୍ଷାଳୟରେ ଏବେ ଦର୍ଶକଙ୍କ ସହିତ ବଜରଙ୍ଗବଲୀ ମଧ୍ୟ ଦେଖିବେ ଫିଲ୍ମ ଆଦି ପୁରୁଷ । ସାଉଥ୍ ସୁପରଷ୍ଟାର ପ୍ରଭାସ ଓ କୃତି ସେନନ ଅଭିନୀତ ପୌରାଣିକ ଫିଲ୍ମ “ଆଦି ପୁରୁଷ’କୁ ନେଇ ଫ୍ୟାନସ୍‌ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଏପରିକି ଏହି ଫିଲ୍ମ ରିଲିଜ୍ ପୂର୍ବରୁ କଲାଣି ଆଶାତୀତ ରୋଜଗାର ।

ଫିଲ୍ମ ଆଦି ପୁରୁଷ ରିଲିଜ ପୂର୍ବରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି । ଜୁନ ୧୬ ତାରିଖରେ ରିଲିଜ ହେବାକୁ ଯାଉଥିବା ଫିଲ୍ମ ଲାଗି ପ୍ରେକ୍ଷାଳୟରେ ପ୍ରଥମ ସିଟ୍ ପ୍ରଭୁ ହନୁମାନଙ୍କ ନାମରେ ରିଜର୍ଭ ରହିବ । ଅର୍ଥାତ ଦର୍ଶକଙ୍କ ସହ ବଜରଙ୍ଗବଲୀ ମଧ୍ୟ ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ବିରାଜମାନ କରିବେ । ଯେଉଁଠାରେ ବି ଫିଲ୍ମ ରିଲିଜ ହେବ ସେଠାକାର ପ୍ରତ୍ୟେକ ପ୍ରେକ୍ଷାଳୟର ପ୍ରଥମ ସିଟ୍ ଟିକୁ ବଜରଙ୍ଗବଲୀଙ୍କ ନାମରେ ଖାଲି ରଖାଯିବ ।
ଫିଲ୍ମ ନିର୍ମାତାଙ୍କ କହିବା ଅନୁସାରେ ଯେଉଁଠି ବି ରାମାୟଣ ପାଠ ବା ଆଲୋଚନା ହୁଏ ସେଠାରେ ସ୍ୱୟଂ ହନୁମାନ ବିରାଜମାନ ହୋଇଥାନ୍ତି । ଏହି ଆସ୍ଥା ଓ ବିଶ୍ୱାସକୁ ସମ୍ମାନ କରି ପ୍ରତ୍ୟେକ ଫିଲ୍ମ ହଲ୍‌ରେ ବଜରଙ୍ଗବଲୀଙ୍କ ଲାଗି ପ୍ରଥମ ସିଟ୍ ଖାଲି ରହିବ । ପ୍ରଭୁ ଶ୍ରୀରାମଙ୍କ ସବୁଠୁ ବଡ଼ ଭକ୍ତ ହନୁମାନଙ୍କ ଉପସ୍ôଥତିରେ ଓ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇ ଆମେ ଆଦିପୁରୁଷ ଦେଖିବା ଉଚିତ ବୋଲି ନିର୍ମାତା କହିଛନ୍ତି । ୫୦୦ କୋଟି ଟଙ୍କାର ବଜେଟରେ ନିର୍ମିତ ଏହି ଫିଲ୍ମକୁ ନିର୍ଦ୍ଦେଶକ ଓମ ରାଉତ ଲେଖିଥିବା ବେଳେ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି । ଚଳଚିତ୍ରରେ ପ୍ରଭାସ ଭଗବାନ ରାମ ଓ କୃତି ସେନନ୍ ମାତା ସୀତା ଭୂମିକାରେ ଅଭିନୟ କରିଥିବା ବେଳେ ଅଭିନେତା ଦେବଦତ୍ତ ନାଗ ଫିଲ୍ମରେ ହନୁମାନ ଭୂମିକାରେ ଅଭିନୟ କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com