ଜାତୀୟ

ଏପ୍ରିଲ ମାସ ଶନିଚରୀ ଅମାବାସ୍ୟାରେ ହେବ ଏବର୍ଷର ପ୍ରଥମ ସୂର୍ଯ୍ୟ ପରାଗ; ଜାଣନ୍ତୁ ଭାରତରେ ହେବକି ଦୃଶ୍ୟମାନ ?

ନୂଆଦିଲ୍ଲୀ() ଏର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ ତାରିଖରେ ହେବାକୁ ଯାଉଛି। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ସୂର୍ଯ୍ୟ ପରାଗ ଏଥର ଏପ୍ରିଲ ୩୦ ତାରିଖ ବୈଶାଖ ମାସ ଅମାବାସ୍ୟା ତିଥିରେ ପଡ଼ୁଛି। ଏହି ଅମାବାସ୍ୟା ଶନିବାର ଦିନ ପଡ଼ୁଥିବାରୁ ଏହାକୁ ଶନିଚରି ଅମାବାସ୍ୟା ଯୋଗ ବୋଲି କୁହାଯାଉଛି। ଚଳିତ ବର୍ଷ ଦ୍ୱିତୀୟ ସୂର୍ଯ୍ୟ ପରାଗ ଅକ୍ଟୋବର ୨୫ ତାରିଖ ଦିନ ହେବ। ସୂର୍ଯ୍ୟପରାଗର ଦୃଶ୍ୟତା ଅନୁସାରେ ସୂତକ କାଳ ପାଳନ କରାଯାଇଥାଏ। ଯଦି ଭାରତରେ ସୂର୍ଯ୍ୟ ପରାଗ ଦେଖାଯାଏ ନାହିଁ ତାହେଲେ ସୂତକ କାଳ ପାଳନ କରାଯାଏ ନାହିଁ। ଧାର୍ମିକ ଦୃଷ୍ଟି କୋଣରୁ ସୂର୍ଯ୍ୟ ପରାଗକୁ ଶୁଭ ବୋଲି ଗ୍ରହଣ କରାଯାଏ ନାହିଁ। ଏହି ସମୟରେ କୌଣସି ମାଙ୍ଗଳକ କାର୍ଯ୍ୟ କରାଯାଏ ନାହିଁ। ଏହି ସମୟରେ ମନ୍ଦିରରେ କବାଟ ମଧ୍ୟ ବନ୍ଦ କରି ଦିଆ ଯାଇଥାଏ।

ଯେତେବେଳେ ସୂର୍ଯ୍ଯଙ୍କୁ ଚନ୍ଦ୍ରମା ଢ଼ାଙ୍କି ଦିଅନ୍ତି ସେହି ସମୟରେ ସୂର୍ଯ୍ୟଙ୍କ କିରଣ ପୃଥିବୀ ପର୍ଯ୍ୟନ୍ତ ପହଞ୍ଚି ପାରେ ନାହିଁ ସେହି ସମୟକୁ ସୂର୍ଯ୍ୟ ପରାଗର ସ୍ଥିତି ବୋଲି କୁହାଯାଏ । ଯେତେବେଳେ ଚନ୍ଦ୍ରମା ସୂର୍ଯ୍ୟଙ୍କୁ ଆଂଶିକ ଭାବେ ଢାଙ୍କିଦିଅନ୍ତି ସେତେବେଳେ ସୂର୍ଯ୍ୟଙ୍କର କିରଣ ପୃଥିବୀରେ ଆଂଶିକ ଭାବେ ପଡ଼ିଥାଏ ତାହାକୁ ଆଂଶିକ ସୂର୍ଯ୍ଯ ପରାଗ ବୋଲି କୁହାଯାଏ। ଯେତେବେଳେ ଚନ୍ଦ୍ରମା ସୂର୍ଯ୍ଯଙ୍କ ମଧ୍ୟଭାଗକୁ ଢାଙ୍କିଦିଅନ୍ତି ଏହି ସମୟରେ ସୂର୍ଯ୍ୟ ଏକ ରିଙ୍ଗ୍‌ ବା ଆଙ୍ଗୁଠି ଆକାରରେ ଦୃଶ୍ୟମାନ ହୁଅନ୍ତି। ଏହାକୁ ବଳୟାକାର ସୂର୍ଯ୍ୟପରାଗ ବୋଲି କୁହାଯାଏ।

ଏବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଏପ୍ରିଲ ୩୦ ତାରିଖ ମଧ୍ୟ ରାତ୍ରିରେ ୧୨: ୧୫ରୁ ଆରମ୍ଭ ହୋଇ ସକାଳ ୦୪:୦୭ ପର୍ଯ୍ୟନ୍ତ ରହିବ। ଏବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଆଂଶିକ ହେବ।

ଏବର୍ଷ ପ୍ରଥମ ସୂର୍ଯ୍ୟ ପରାଗ ଦକ୍ଷିଣ ଆମେରିକାର ଦକ୍ଷିଣ ପଶ୍ଚିମ ଭାଗ, ପ୍ରଶାନ୍ତ ମହାସାଗର, ଆଟଲାଣ୍ଟିକ ଓ ଆଣ୍ଟର୍କଟିକାରେ ଦୃଶ୍ୟମାନ ହେବ। ଭାରତରେ ଏହି ସୂର୍ଯ୍ୟପରାଗ ଦୃଶ୍ୟମାନ ହେବ ନାହିଁ। ଏହି କାରଣରୁ ଦେଶରେ ସୂତକ କାଳ ପାଳନ କରାଯିବ ନାହିଁ।

ଏବର୍ଷର ଦ୍ୱିତୀୟ ଓ ଶେଷ ସୂର୍ଯ୍ୟ ପରାଗ ୨୦୨୨ ଅକ୍ଟୋବର ୨୫ ତାରିଖ ଦିନ ହେବାକୁ ଯାଉଛି । ଅକ୍ଟୋବର ୨୫ ତାରିଖ ଦିନ ସନ୍ଧ୍ୟା ୦୪: ୨୯ ରୁ ସୂର୍ଯ୍ୟ ପରାଗ ଆରମ୍ଭ ହୋଇ ୦୫: ୪୨ ପର୍ଯ୍ୟନ୍ତ ରହିବ ।

Related Articles

Back to top button
WP Twitter Auto Publish Powered By : XYZScripts.com