Featuredଅନ୍ତର୍ଜାତୀୟ

ଚୀନ ମଧ୍ୟସ୍ଥତାରେ ଇରାନ ଓ ସାଉଦି ଆରବ କୂଟନୈତିକ ସଂପର୍କ ସ୍ଥାପନ କରିବାକୁ ରାଜି

ବିଶ୍ବର କୂଟନୈତିକ କ୍ଷେତ୍ରରେ ଦୁଇ ପାରମ୍ପରିକ ଶତ୍ରୁ ଦେଶ ଇରାନ ଓ ସାଉଦି ଆରବ କୂଟନୈତିକ ସଂପର୍କ ସ୍ଥାପନ କରିବାକୁ ରାଜି ହୋଇଛନ୍ତି । ଚୀନ ମଧ୍ୟସ୍ଥତାରେ ଉଭୟ ପକ୍ଷ ପରସ୍ପରର ଦେଶରେ ଦୂତାବାସ ଖୋଲିବାକୁ ରାଜି ହୋଇଛନ୍ତି। ଚୀନ ମଧ୍ୟସ୍ଥତାରେ ଏହି ରାଜିନାମା ହୋଇଥିବାରୁ ବିଶ୍ବ ରାଜନୀତିରେ ଚୀନର ଗୁରୁତ୍ବ ଆହୁରି ବଢିବା ନିଶ୍ଚିତ ହୋଇଯାଇଛି ।

ଅନ୍ୟପକ୍ଷରେ ଏ ଅଂଚଳରେ ସୁପର ପାଓ୍ବାର ଆମେରିକାର ପ୍ରଭାବକୁ ଏହା କ୍ଷୁର୍ଣ୍ଣ କରିବ । ସାଉଦି ଆରବ ଓ ଇରାନ ମଧ୍ୟରେ ଶତ୍ରୁତା ବେଶ ପୁରୁଣା । ଏହି ଦୁଇ ଦେଶ ମଧ୍ୟରେ ସଂପର୍କ ପ୍ରତିଷ୍ଠା ହେବା ପରେ ମଧ୍ୟପୂର୍ବରେ ଶାନ୍ତି ପ୍ରତିଷ୍ଠା ନେଇ ଆଶା ସଂଚାର ହୋଇଛି । ଏପଟେ ଚୀନର ହସ୍ତକ୍ଷେପ ଯୋଗୁ ଆମେରିକା ଓ ଇସ୍ରାଏଲ ଖପ୍ପା ହୋଇଥିବା ଏକ ପ୍ରକାର ସ୍ପଷ୍ଟ ହୋଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com