ଅନ୍ତର୍ଜାତୀୟଜାତୀୟ

ଏସିଆର ଧନୀ ତାଲିକାରେ ପୁଣି ନଂ ୧ ହେଲେ ଅମ୍ବାନୀ, ସମ୍ପତ୍ତି ବଢ଼ାଇବାରେ ଅଦାନୀ ଆଗୁଆ

ନୂଆଦିଲ୍ଲୀ() ପୁଣି ଏସିଆର ଧନୀ ତାଲିକାର ଶୀର୍ଷକୁ ଯାଇଛନ୍ତି ମୁକେଶ ଅମ୍ବାନୀ । ୧୦୩ ବିଲିଅନ୍ ଡଲାର ସହ ମୁକେଶ ଏସିଆର ସବୁଠାରୁ ବଡ଼ ଧନୀ ହୋଇଛନ୍ତି । ବର୍ଷକ ଭିତରେ ମୁକେଶଙ୍କ ସମ୍ପତ୍ତି ୨୪ ପ୍ରତିଶତ ବଢ଼ିଛି । ଏହା ସହ ଗୌତମ ଅଦାନୀ ଦେଶର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ବର୍ଷକ ଭିତରେ ଅଦାନୀଙ୍କ ସମ୍ପତ୍ତି ୪୯ ବିଲିଅନ ଡଲାର ବଢ଼ିଛି । ବର୍ଷକ ଭିତରେ ସମ୍ପତ୍ତି ବଢ଼ାଇବାରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ଅଦାନୀ । ଗ୍ଲୋବାଲ ଧନୀ ତାଲିକା ଅନୁସାରେ ଭାରତରେ ୨୧୫ ବିଲିୟନାରୀ ଅଛନ୍ତି । ତାଲିକାରେ ନୂଆକରି ଯୋଡ଼ି ହୋଇଛନ୍ତି ଭାରତର ୫୮ ବିଲିୟନାରୀ ।

Related Articles

Back to top button
WP Twitter Auto Publish Powered By : XYZScripts.com