Featuredଓଡ଼ିଶା

ଆଜି ଛେନାପୋଡ଼ ଦିବସ

ଛେନାପୋଡ଼ ଥରେ ଯିଏ ଏହାକୁ ଖାଇଛି ଆଉ ଥରେ ଖାଇବାକୁ ମନ କରିଛି l ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପ୍ରତିବର୍ଷ ପାଳନ କରୁଛନ୍ତି ବିଭିନ୍ନ ଅନୁଷ୍ଠାନ l ଏଥିପାଇଁ ସୋସିଆଲ ମିଡିଆ ରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି l

କ୍ଷୀରରୁ ଛେନା ପ୍ରସ୍ତୁତି ପରେ ଏଥିରେ ଅନ୍ୟାନ୍ୟ ଦ୍ରବ୍ୟ ମିଶାଇ ପ୍ରସ୍ତୁତ ହୋଇଥାଏ ସୁଆଦିଆ ଛେନାପୋଡ଼ l ଭାଗ ମାପରେ ବ୍ୟତିକ୍ରମ ହେଲେ ସ୍ୱାଦ ବି ବଦଳିଯାଏ l ନୟାଗଡ଼ ଜିଲ୍ଲାରୁ ପ୍ରତିଦିନ କୁଇଣ୍ଟାଲ କୁଇଣ୍ଟାଲ ଛେନାପୋଡ଼ ରାଜ୍ୟ ଏବଂ ଅନ୍ୟ ରାଜ୍ୟର ବିଭିନ୍ନ ସ୍ଥାନକୁ ପଠାଯାଇଥାଏ l ଓଡ଼ିଶା ସମେତ ବାହାର ରାଜ୍ୟରେ ମଧ୍ୟ ଏବେ ଛେନାପୋଡ଼ର ଚାହିଦା ଅନେକ ରହିଛି l ପୂର୍ବତନ ପ୍ରଧାନମନ୍ତ୍ରୀ, ବର୍ତ୍ତମାନର ରାଷ୍ଟ୍ରପତି ଏବଂ ବଲିଉଡ଼ ଅଭିନେତା ଆଦି ସଭିଁଙ୍କ ପସନ୍ଦ ଏହି ଛେନାପୋଡ଼ l

ଦିନକୁ ଦିନ ଛେନାପୋଡ଼ର ଚାହିଦା ବୃଦ୍ଧି ପାଉଛି l ନୟାଗଡ଼ ର ଛେନାପୋଡ଼ ଓଡିଶା କୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି l ନୟାଗଡ଼ ଛେନାପୋଡ଼କୁ GI ଟ୍ୟାଗ ମାନ୍ୟତା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି l

Related Articles

Back to top button
WP Twitter Auto Publish Powered By : XYZScripts.com