Breaking NewsFeaturedଅନ୍ତର୍ଜାତୀୟଐତିହ୍ୟ ଓ ସଂସ୍କୃତି

କୁନିପିଲାଙ୍କୁ ଦିଅନ୍ତୁ ସ୍ୱାଧୀନତା

 

ଆଜି ଅଗଷ୍ଟ ୧୫, ଦେଶ ପାଳୁଛି ୭୭ ତମ ସ୍ୱାଧୀନତା ଦିବସ । ସବୁଠି ଫର ଫର ହୋଇ ଉଡୁଛି ତିରଙ୍ଗା ପତାକା । ଦିଲ୍ଲୀରୁ ପଲ୍ଲୀ ସ୍ୱାଧୀନତା ଦିବସ ପାଳନ ପାଇଁ କରାଯାଇଛି ବ୍ୟାପକ ପ୍ରସ୍ତୁତି । ତେବେ ଆଜି ଆସନ୍ତୁ ଜାଣିବା ଦେଶ କେବେ ସ୍ୱାଧୀନ ହୋଇଥିଲା ? କଣ ରହିଛି ସ୍ୱାଧୀନତା ଦିବସର ମହତ୍ୱ ? କୁନି କୁନି ପିଲାମାନଙ୍କୁ ଜଣେଇବା ଆମ ସ୍ୱାଧୀନ ଭାରତର ଗୌରବମୟ ଗାଥା । କାହିଁ କି ନା ଏହି କୁନିି ପିଲା ମାନେ ହିଁ ଆଗାମୀ ଦିନରେ ଏ ଦେଶର ଭାଗ୍ୟ ନିର୍ମାତା ।

ଦେଶ କେବେ ସ୍ୱାଧିନ ହୋଇଥିଲା ?

() ୧୯୪୭ ଅଗଷ୍ଟ ୧୫ ରେ ଭାରତ ଇଂରେଜ ଶାସନରୁ ମୁକ୍ତିର ଆନନ୍ଦ ପାଇଥିଲା । ୨୦୦ ବର୍ଷର ବ୍ରିଟିସ ଶାସନରୁ ଭାରତ ମୁକ୍ତ ହେବା ପରେ ସମଗ୍ର ଦେଶବାସୀଙ୍କ ମନରେ ଖେଳିଯାଇଥିଲା ଆନନ୍ଦ । ଇଂରେଜ ସରକାରଙ୍କ କଠୋର ନିୟମରୁ ନିଜକୁ ମୁକ୍ତ ଘୋଷଣା କରିଥିଲା ଭାରତ । ଏହା ସହ ଅଗଷ୍ଟ ୧୫, ୧୯୪୭ରେ ହିଁ ଦେଶ ପାଇଥିଲା ପ୍ରଥମ ପ୍ରଧାନମନ୍ତ୍ରୀ । ତତକାଳିନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇ ଭାରତକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲେ । ଆଉ ଏହି ଦିନ ହିଁ ବ୍ରିଟେନ ସଂସଦ ଦ୍ୱାରା ଭାରତୀୟ ସ୍ୱାଧୀନତା ଆଇନ ୧୯୪୭ ପ୍ରଣୟନ କରିବା ପରେ ଭାରତ ବିଶ୍ୱର ସର୍ବବୃହତ ଗଣତାନ୍ତ୍ରୀକ ଦେଶ ହୋଇଥିଲା ।

 

କାହିଁକି ପାଳନ ହୁଏ ସ୍ୱାଧିନତା ଦିବସ ?

ପ୍ରତିବର୍ଷ ଅଗଷ୍ଟ ୧୫କୁ ଆମେ ସ୍ୱାଧିନତା ଦିବସ ଭାବେ ପାଳନ କରିଥାଉ । କାରଣ ଏହି ଦିନ ଆମ ବ୍ରିଟିସ ସରକାରଙ୍କ ଠାରୁ ମୁକ୍ତିର ସ୍ୱାଦ ଚାଖିଥିଲେ ଭାରତୀୟ । ଦେଶକୁ ସ୍ୱାଧୀନ ଦେବା ପାଇଁ ଆମ ବୀରପୁତ୍ର ମାନଙ୍କ ସାହସିକତା ଏବଂ ବଳିଦାନକୁ ମନେ ପକାଇ ସେମାନଙ୍କ ଉଦେଶ୍ୟରେ ସ୍ୱାଧୀନତା ଦିବସ ପାଳନ କରାଯାଇଥାଏ । ପ୍ରତିବର୍ଷ ଶାସନରେ ଥିବା ପ୍ରଧାନମନ୍ତ୍ରୀ ଲାଲ କିଲ୍ଲାରେ ପତାକା ଉତ୍ତୋଳନ କରି ଦେଶକୁ ସମ୍ବୋଧିତ କରିଥାନ୍ତି । ଏହା ସହ ଏହି ଦିନକୁ ଜାତୀୟ ଗର୍ବ ଏବଂ ଗୌରବର ଦିନ ଭାବେ ପାଳନ କରାଯାଇଥାଏ ।

 

ପାଲାମାନଙ୍କୁ ସ୍ୱାଧୀନତା କଣ ଜଣାନ୍ତୁ ଓ ଦିଅନ୍ତୁ:-

ଆଜିର ଶିଶୁ କାଲିର ଭବିଶ୍ୟତ । କେବେ ପିଲାଙ୍କୁ ତାଗିଦ ଆଳରେ ଲୁଟି ନୁଅନ୍ତୁନି ସେମାନଙ୍କ ଖୁସି । କୋମଳ ବୟସରୁ ଛଡେଇ ନିଅନ୍ତୁନି ସେମାନଙ୍କ ସ୍ୱାଧିନତା । ଦେଶ ୭୭ ତମ ସ୍ୱାଧିନତା ଦିବସ ପାଳିଥିବା ବେଳେ ପିଲାମାନେ ନିଜର ବୟକ୍ତିଗତ ଜୀବନରେ କେମିତି ସ୍ୱାଧିନ ଭାବେ ବଞ୍ଚି ପାରିବେ ତାହା ସେମାନଙ୍କୁ ଜଣେଇବା ଉଚିତ । ଏହା ସହ ଦେଶର ସ୍ୱାଧିନତା ସମ୍ବନ୍ଧରେ ମଧ୍ୟ ପିଲାମାନେ ଜାଣିବା ନିତ୍ୟାନ୍ତ ଆବଶ୍ୟକ ।

ଏହି ଶିଶୁ ମାନଙ୍କୁ ଆମ ସ୍ୱାଧିନ ଭାରତର ଗୌରବମୟ ଗାଥା ଏବଂ ଦେଶକୁ ସ୍ୱାଧିନ ଦେବାରେ ବୀରପୁତ୍ର ମାନଙ୍କ ଅବଦାନକୁ ଜଣାଇବା ପାଇଁ ଇତିହାସ ହିଁ ମୁଖ୍ୟ ମାଧ୍ୟମ । ଇତିହାସ ହିଁ କୁହେ ଆମ ଗୌରବର ଗାଥା । ସେଥିପାଇଁ ପ୍ରତ୍ୟକ ସ୍କୁଲ ଏବଂ କଲେଜରେ ଇତିହାସ ବହି ମାଧ୍ୟମରେ ପିଲାମାନେ ଭାରତର ସ୍ୱର୍ଣ୍ଣମ ଅଧ୍ୟୟ ବିଷୟରେ ଜାଣିପାରିବେ । ସେହିପରି ଛୋଟ ଛୋ ଅଭିନୟ ମାଧ୍ୟମରେ ହିଁ ପିଲାମାନଙ୍କୁ ସ୍ୱାଧିନ ଭାରତର ଗୌରବ ଗାଥା ଜଣାଇପାରିବେ । ଏହାସହ ପିଲାମାନଙ୍କୁ ଗଳ୍ପ ମାଧ୍ୟମରେ ବୀର ଯୋଦ୍ଧାଙ୍କ ବଳିଦାନ ଏବଂ ସଂଘର୍ଶ ବିଷୟରେ ବଡ ମାନେ ଜଣାିବା ଉଚିତ ।

Related Articles

Back to top button
WP Twitter Auto Publish Powered By : XYZScripts.com