Breaking NewsFeaturedରାଜନୀତି

ମିଲିନ୍ଦ ଦେଓରା କଂଗ୍ରେସ ସହ ୫୫ବର୍ଷର ସମ୍ପର୍କ କାଟିବା ପଛର ରହସ୍ୟ କଣ ।

ଭାରତ ଯୋଡ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଝଟକା । ଦଳ ଛାଡିଲେ ପୂର୍ବତନ ସାଂସଦ ମିଲିନ୍ଦ ଦେଓରା। କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ନିଜେ ମିଲିନ୍ଦ । ସେ ଲେଖିଛନ୍ତି, ଆଜି ମୋ ରାଜନୀତିକ କ୍ୟାରିୟରର ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ମୁଁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ଏହି ଦଳ ସହିତ ମୋ ପରିବାରର ୫୫ ବର୍ଷର ସଂପର୍କ ଚ୍ଛିନ୍ନ ହୋଇଛି। ବର୍ଷ ବର୍ଷ ଧରି ସମସ୍ତ ନେତୃବୃନ୍ଦ, ସହକର୍ମୀ ଓ କର୍ମକର୍ତ୍ତାଙ୍କ ଠାରୁ ମିଳିଥିବା ଅବସ୍ମରଣୀୟ ସମର୍ଥନ ପାଇଁ ମୁଁ ସେମାନଙ୍କ ନିକଟରେ କୃତଜ୍ଞ।

ଏଠାରେ କହିରଖୁଛୁ ଯେ, ଗତ କିଛି ଦିନ ହେଲାଣି ମିଲିନ୍ଦ ଦେଓରା କଂଗ୍ରେସ ଛାଡ଼ିବେ ବୋଲି ଆଲୋଚନା ଜୋର ଧରିଥିଲା। ସେ କଂଗ୍ରେସ ଛାଡ଼ି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାରେ ସାମିଲ ହେବେ ବୋଲି କୁହାଯାଉଥିଲା। ତେବେ ଗତକାଲି ସେ ଏହାକୁ ଉଡ଼ାଖବର କହିଥିଲେ। କିନ୍ତୁ ଆଜି ସେ ଦଳ ସହ ୫୫ବର୍ଷର ସଂପର୍କ ଛିନ୍ନ କରି ଇସ୍ତଫା ଦେଇଚନ୍ତି । ମିଲିନ୍ଦ ଦେଓରା ହେଉଛନ୍ତି କଂଗ୍ରେସର ଅନ୍ୟତମ ଜଣାଶୁଣା ନେତା ସ୍ୱର୍ଗତଃ ମୂରଲୀ ଦେଓରାଙ୍କ ପୁଅ। ସେ ୨୦୦୪ ଓ ୨୦୦୯ କଂଗ୍ରେସ ଟିକେଟରେ ମୁମ୍ବାଇ ସାଉଥ୍ ଆସନରୁ ବିଜୟୀ ହୋଇଥିଲେ। ୨୦୧୪ ଓ ୨୦୧୯ ଲୋକସଭା ନିର୍ବାଚନରେ ସେ ଏହି ଆସନରୁ ପରାଜିତ ହୋଇଥିଲେ। ଏହି ଦୁଇ ଥର ସେ ଶିବ ସେନା ନେତା ଅରବିନ୍ଦ ସାୱନ୍ତଙ୍କ ନିକଟରୁ ପରାସ୍ତ ହୋଇଥିଲେ।

ଶିବ ସେନା ଭାଗ ହେବା ପରେ ଅରବିନ୍ଦ ସାୱନ୍ତ ରହିଛନ୍ତି ଉଦ୍ଧବ ଠାକରେଙ୍କ ସହିତ। କିନ୍ତୁ ଏବେ ଆଇଏନଡିଆଇଏ ମେଂଟରେ ଥିବା ଉଦ୍ଧବ ଠାକରେଙ୍କ ଶିବ ସେନା ମୁମ୍ବାଇ ସାଉଥ୍ ଲୋକସଭା ଆସନ ମାଗୁଛି। ଦଳ ଏନେଇ ଖୋଲାଖୋଲି ଘୋଷଣା କରୁଥିବା ବେଳେ ଏଥିରେ ଅସନ୍ତୁଷ୍ଟ ଥିଲେ ମିଲିନ୍ଦ ଦେଓରା। କଂଗ୍ରେସ ଛାଡ଼ିବା ପଛରେ ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି। କାରଣ କଂଗ୍ରେସରେ ରହିଥିଲେ ହୁଏତ ସେ ମୁମ୍ବାଇ ସାଉଥ୍ ଲୋକସଭା ଆସନରୁ ଆଉ ଟିକେଟ୍ ପାଇ ନଥାନ୍ତେ। ମିଲିନ୍ଦ କେଉଁ ଦଳରେ ମିଶିବେ, ସେ ନେଇ କିଛି କହି ନାହାନ୍ତି। ଆଲୋଚନା ହେଉଛି, ସେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବ ସେନାରେ ମିଶିବେ।

Related Articles

Back to top button
WP Twitter Auto Publish Powered By : XYZScripts.com