Breaking NewsFeaturedରାଜନୀତି

ମେ ହୁଁ କେଜ୍ରିୱାଲ୍ । ପାରୁଛ ତ ଗିରଫ କର । କାହିଁକି ଆପ କଲା କ୍ୟାମ୍ପେନ, ଦେଖନ୍ତୁ

` ଦିଲ୍ଲୀ ମଦ ଦୁର୍ନୀତି । ଏହି ବଡ ସ୍କାମରେ ଗୋଟିଏ ପରେ ଗୋଟିଏ ବଡ ନେତା ଫସୁଛନ୍ତି ଇଡି ଜାଲରେ । ଏପରିକି ବାଦ ପଡିନାହାନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ । ଗୋଟିଏ ପଟେ ଆସନ୍ତା ୪ତାରିଖରୁ ଆମ ଆଦମୀ ପାର୍ଟୀ ଏକ ନୂଆ କ୍ୟାମ୍ପେନ ଆରମ୍ଭ କରିବାକୁ ଯାଉଛି, ମେ ହୁଁ କେଜ୍ରିୱାଲ୍ । ସେପଟେ ୩ତାରିଖରେ ଇଡି ଡାକିଛି, କରିବ ତନାଘନା । ଏହାପୂର୍ବରୁ ଇଡିର ସମନକୁ ୩ଥର ଏଡାଇ ଦେଇ ସାରିଲେଣି ଆପ ମୁଖ୍ୟ । ତେବେ ଦେଶର ରାଜଧାନୀର ମୁଖ୍ୟମନ୍ତ୍ରୀ କାହିଁକି ଫସିଲେ ଇଡି ଜାଲରେ । ଏହା ରାଜନୈତିକ ଗୋଟି ଚାଳନା ନା କଣ ରହିଛି ରହସ୍ୟ । ଏହାପୂର୍ବରୁ ସତ୍ୟେନ୍ଦ୍ର ଜୈନ ଓ ସଂଜୟ ସିଂଙ୍କ ଭଳି ନେତା ଗିରଫ ହୋଇସାରିଛନ୍ତି ।ଏନେଇ ଆପର ନେତାଙ୍କ କହିବା କଥା, ଜଣେ କେଜ୍ରିୱାଲଙ୍କୁ ଗିରଫ କରିଦେବ । କିନ୍ତୁ ଶହ ଶହ କେଜ୍ରିୱାଲଙ୍କୁ ଗିରଫ କରି ଦେଖାଅ । ଏଭଳି କହି ଏକପ୍ରକାର ବିଜେପିକୁ ଚ୍ୟାଲେଂଜ ଦେଇଛି ଆପ୍ ।

ଏଠାରେ କହିରଖୁଛୁ ଯେ, ପୂର୍ବରୁ ୨ନଭେମ୍ବରରେ ହାଜର ହେବା ପାଇଁ ନୋଟିସ କରିଥିଲା ଇଡି । କିନ୍ତୁ କୌଣସି କାରଣ ଦର୍ଶାଇ ହାଜର ହୋଇନଥିଲେ କେଜ୍ରିୱାଲ୍ । ପରେ ଡିସେମ୍ବର ୨୧ ପୁଣିଥରେ ହାଜର ପାଇଁ ନିଦେ୍ର୍ଦଶ ଦେଇଥିଲା ପ୍ରବର୍ତନ ନିଦେ୍ର୍ଦଶାଳୟ । ତେଣୁ ଏଥର କେଜ୍ରିୱାଲ୍ ଜେଲ ଯିବେ ଓ ଦିଲ୍ଲୀ ଗାଦିଶୂନ୍ୟ ହେବମତ ଦେଉଥିଲେ ରାଜନୈତିକ ବିଶାରଦ । ଚର୍ଚ୍ଚା ହେଉଥିଲା କି ଡିସେମ୍ବର ୨୧ ଦିନ ଗାଦିଶୂନ୍ୟ ହୋଇଯିବ ଦିଲ୍ଲୀ । କାରଣ ଇଡିର ଜେରା ପରେ ଆରେଷ୍ଟ ହୋଇପାରନ୍ତି କେଜ୍ରିୱାଲ୍ । ମୁରବୀ ବିହିନ ହୋଇପାରେ ଦିଲ୍ଲୀ । । କିନ୍ତୁ ସେତେବେଳେ ଇଡିର ସମନକୁ ଏଡାଇ ଦେଇଥିଲେ କେଜ୍ରିୱାଲ । ଆଉ ଏବେ ପୁଣି ଥରେ ଇଡିର ନୋଟିସ ପରେ ପୁଣି ଥରେ ଏହି ଚର୍ଚ୍ଚା ଜୋର ଧରିଛି । ତେବେ ସେ ଯାହା ହେଉ ଆପର ୪ତାରିଖର କ୍ୟାମ୍ପେନ ସ୍ପଷ୍ଟ କରୁଛି ଯେ ଏହା ପୂର୍ବରୁ କେଜ୍ରିୱାଲ୍ ଗିରଫ ହେବା ଥୟ । ଦେଖାଯାଉ ଦିଲ୍ଲୀ ସମେତ ଭାରତୀୟ ରାଜନୀତି ଦୃଶ୍ୟପଟ କେମିତି ବଦଳୁଛି, ତାହା ଆଗାମୀ ଦିନରେ ଜମାପଡ୍ିବ ।

Related Articles

Back to top button
WP Twitter Auto Publish Powered By : XYZScripts.com