ଓଡ଼ିଶାଜାତୀୟରାଜନୀତି

କୋଟିଆରେ ବିଭିନ୍ନ ଯୋଜନାର ସମୀକ୍ଷା କଲେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା

ଭୁବନେଶ୍ୱର, ୧୯ /୧୦/୨୦୨୨-   କୋଟିଆରେ ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀ ରାଜନ୍ନା ଦୋରା । ରାଜନ୍ନା କୋଟିଆ ସୀମାନ୍ତ ଅଞ୍ଚଳରେ ଜଗନ ସରକାରଙ୍କ ବିଭିନ୍ନ ଗରିବ କଲ୍ୟାଣ ଯୋଜନାରେ ସମୀକ୍ଷା କରିବା ସହିତ କୋଟିଆବାସୀଙ୍କ ସହ ଆଲୋଚନା କରିଥିଲେ । ଆନ୍ଧ୍ର ଉପ-ମୁଖ୍ୟମନ୍ତ୍ରୀଙ୍କୁ ନୃତ୍ୟ ଓ଼ ବାଦ୍ୟର ତାଳେ ତାଳେ ପାଛୋଟି ନେଇଥିଲେ ଗ୍ରାମବାସୀ । କୋଟିଆ ଗ୍ରାମ ପୁଞ୍ଜକୁ ଦାଖଲ କରିବା ପାଇଁ ଆନ୍ଧ୍ର ଜୋରଦାର ଚକ୍ରାନ୍ତ ଚଳାଇଛି ।

ତେଣୁ କୋଟିଆ ବାସୀଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଆନ୍ଧ୍ର ସରକାରଙ୍କ ତରଫରୁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଉଛି । ହିତାଧିକାରୀଙ୍କୁ କିପରି ସୁଲଭ ମୂଲ୍ୟରେ ସାମଗ୍ରୀ ମିଳି ପାରିବ ସେଥି ପାଇଁ ଆନ୍ଧ୍ର ପ୍ରଶାସନ ବାରମ୍ବାର କୋଟିଆରେ ଅନୁ ପ୍ରବେଶ କରୁଛି । ଏଭଳି ପରିସ୍ଥିତିରେ ଓଡିଶା ପ୍ରଶାସନ କାହିଁକି ପଦକ୍ଷେପ ଗ୍ରହଣ କରୁନାହିଁ  ସେନେଇ ବୃଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି ।

 

Related Articles

Back to top button
WP Twitter Auto Publish Powered By : XYZScripts.com