କ୍ରୀଡ଼ା

ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡକୁ ମିଳିଲା ବଡ ଆଶ୍ୱସ୍ତି

 ନୂଆଦିଲ୍ଲୀ  ,୧୫ .୦୯.୨୦.୨୨-  ସୌରଭ ଗାଙ୍ଗୁଲି ଓ ଜୟ ଶାହା ବିସିସିଆଇର ସମ୍ବିଧାନ ସଂଶୋଧନକୁ ସୁପ୍ରିମକୋର୍ଟ ଗ୍ରୀନ ସିଗନାଲ୍ ଦେଇଛନ୍ତି।ଚଳିତ ମାସରେ ଉଭୟ ଗାଙ୍ଗୁଲି ଓ ଜୟ ଶାହାଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା। ସଭାପତି ଓ ସଂପାଦକ ଭାବେ ଦ୍ୱିତୀୟ ଇନିଂସ ଜାରି ରଖିବେ। ଏବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ମୁତାବକ, ଆଉ ତିନି ବର୍ଷ ଉଭୟ ସେମାନଙ୍କ ପଦ ବଜାୟ ରଖିବେ। ତିନି ବର୍ଷ କୁଲିଂ ଅଫ୍ ପିରିୟଡ୍ ରହିବ। ଏହାପୂର୍ବରୁ ଜଷ୍ଟିସ ଆର୍. ଏମ୍  ଲୋଧାଙ୍କ ନେତୃତ୍ୱରେ ଗଠିତ କମିଟି ବିସିସିଆଇରେ ସଂସ୍କାର ନେଇ ସୁପାରିଶ କରିଥିଲା। ଏହାକୁ ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ ।

 

 

Related Articles

Back to top button