ବିଜ୍ଞାନ ଓ ପ୍ରଯୁକ୍ତି

ଗୁଣ୍ଠବନ୍ଧ ଗ୍ରାମରେ ଫୁଟିଛି ବ୍ରହ୍ମ କମଳ ପୁଷ୍ପ

ବ୍ରହ୍ମପୁର, ୩୧/୧୦/୨୦୨୨ –  କୁକୁଡାଖଣ୍ଡି ବ୍ଲକ ଗୁଣ୍ଠବନ୍ଧ ଗ୍ରାମରେ ଫୁଟିଛି ପୌରାଣିକ ପୁଷ୍ପ ବ୍ରହ୍ମ କମଳ । ଗ୍ରାମର ଧର୍ମରାଜ ପାତ୍ରଙ୍କ ବାଡ଼ିରେ ଚଳିତ ବର୍ଷ ପ୍ରଥମ ଥର ଫୁଟିଛି ଏହି ଫୁଲ । ବିଶ୍ୱାସ କରାଯାଏ ବର୍ଷକୁ ଥର ଟିଏ ସୌଭାଗ୍ୟ ଓ ସମୃଦ୍ଧିର ପ୍ରତୀକ ଏହି ଦୁର୍ଲଭ ଫୁଲ ଫୁଟିଥାଏ । ଏହାର ବିଶେଷ ଗୁଣ ଥିବା କାରଣରୁ ସୃଷ୍ଟିକର୍ତ୍ତା ବ୍ରହ୍ମାଙ୍କ ନାମ ଅନୁସାରେ ଏହି ଫୁଲର ବ୍ରହ୍ମକମଳ ରଖାଯାଇଥିଲା । ବର୍ଷରେ ଥରଟିଏ ଫୁଟିଥାଏ ଏହି ପୌରାଣିକ ଫୁଲ । ଧର୍ମରାଜ କହିଛନ୍ତି ଯେ ଗତ ଦୁଇ ବର୍ଷ ତଳେ ତାଙ୍କର ବନ୍ଧୁଙ୍କ ଠାରୁ ନିଜ ବିବାହରେ ଉପହାର ମିଳିଥିବା ଏହି ବୃକ୍ଷକୁ ଯତ୍ନ ସହକାରେ ନିଜ ବାଡ଼ିରେ ଲଗାଇଥିଲେ ଆଜି ସକାଳୁ ଗୋଟିଏ ଫୁଲ ଫୁଟିଥିବା ଦେଖି ବହୁତ ଆନନ୍ଦିତ ହୋଇଥିବା ପ୍ରକାଶ କରିଛନ୍ତି l

Related Articles

Back to top button
WP Twitter Auto Publish Powered By : XYZScripts.com