ଓଡ଼ିଶା

୭୦ ବର୍ଷର ବୃଦ୍ଧା; ସଂଗ୍ରହ କରିଛନ୍ତି ୭୦ ପ୍ରକାର ଦେଶୀ ଧାନ ବିହନ

କୋରାପୁଟ, ୨୬/୦୭/୨୦୨୨- ବୟସ ୭୦ ବର୍ଷ । ଯେଉଁ ବୟସରେ ଘରେ ରହିବାକଥା ସେହି ବୟସରେ କରୁଛନ୍ତି ଚାଷ ।  ୭୦ ବର୍ଷର ବୃଦ୍ଧା ତୁଳସା ଘେଉରିଆ ୭୦ ପ୍ରକାର ଦେଶୀ ବିହନ ସଂଗ୍ରହ କରିଛନ୍ତି । ସବୁ ବିହନକୁ ଗୋଟିଏ ସ୍ଥାନରେ ସାଇତି ରଖିଛନ୍ତି କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ନୂଆଗୁଡା ଗାଁର ଏହି ଆଦିବାସୀ ମହିଳା ଚାଷୀ ତୁଳସା । ପରିଣତ ବୟସରେ ଜୈବିକ ଖତ ବ୍ୟବହାର କରି ଚାଷ କରୁଛନ୍ତି ଏହି ବୃଦ୍ଧା । ଏହି ବିହନରେ ନିଜେ ଚାଷ କରିବା ସହ ଅନ୍ୟମାନଙ୍କୁ ମଧ୍ୟ ଯୋଗାଇ ଦେଉଛନ୍ତି । ଆଗାମୀ ପୀଢି ପାଇଁ ସାଇତି ରଖୁଛନ୍ତି ଦେଶୀ ଧାନ ବିହନ । ବର୍ତ୍ତମାନ ସମୟରେ ଅଧିକ ଅମଳ ଆଶାରେ ଚାଷୀ ହାଇବ୍ରିଡ୍ ବିହନ ନେଇ ଚାଷ କରୁଥିବା ବେଳେ ତୁଳସା ଦେଶୀ ପ୍ରଣାଳୀରେ, ଦେଶୀ ବିହନରେ ଚାଷ କରିବାକୁ ପସନ୍ଦ କରନ୍ତି । ଏହି କାମରେ ତାଙ୍କୁ  ସହଯୋଗ କରୁଛନ୍ତି ପୁରା ପରିବାର । ପୁଅ, ବୋହୂ, ନାତି ଓ ନାତୁଣୀଙ୍କ ସହଯୋଗରେ ଚାଷ ଜାରି ରଖିଛନ୍ତି ତୁଳସା । ନିଜେ ୫ରୁ ୬ ପ୍ରକାର ବିହନରେ ଚାଷ କରୁଥିବା ବେଳେ ଅନ୍ୟ ବିହନ ଅନ୍ୟ ଚାଷୀଙ୍କୁ ଦେଇଥାନ୍ତି ଏବଂ ସେମାନଙ୍କ ଠାରୁ ବିହନ ସଂଗ୍ରହ କରି ରଖନ୍ତି । ଧାନକୁ ସୁଖାଇ ସେଥିରେ ଗୋବର ଲଗାଇ ସାଇତି ରଖୁଛନ୍ତି । ୭୦ ବର୍ଷ ବୟସରେ ତୁଳସାଙ୍କ ବିହନ ସଂଗ୍ରହ କରିବାର ନିଶାକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com