ଓଡ଼ିଶା

ସରପଞ୍ଚଙ୍କୁ ବିଡ଼ିଓଙ୍କ ହେୟଜ୍ଞାନକୁ ବିରୋଧ; ଆଡପଡାରେ ଜନ ଅସନ୍ତୋଷ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକରେ କାର୍ଯ୍ୟରତ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟକଳାପ ତଥା ପଞ୍ଚାୟତର ଜନକଲ୍ୟାଣ ଉନ୍ନୟନ ମୂଳକ କାର୍ଯ୍ୟରେ ନିର୍ବାଚିତ ମହିଳା ସରପଞ୍ଚଙ୍କୁ ହେୟଜ୍ଞାନକୁ ବିରୋଧ କରି ଆଡପଡ଼ା ପଞ୍ଚାୟତରେ ଜନ ଅସନ୍ତୋଷ ଉଗ୍ରରୂପ ଧାରଣ କରିବାରେ ଲାଗିଛି।

ସାନଖେମୁଣ୍ଡି ବ୍ଲକ୍ ବିଜେଡି ସଭାପତି ନୀଳମାଧବ ରାଉତଙ୍କ ଆଡପଡା ପଞ୍ଚାୟତରେ ବିଡିଓଙ୍କ ବିରୋଧରେ ଏଭଳି ସଙ୍ଗୀନ ଅଭିଯୋଗ ଆରମ୍ଭ ହୋଇଅଛି । ଦୀର୍ଘଦିନ ଧରି ଏହି ପଞ୍ଚାୟତରେ ବ୍ଲକ୍ ବିଡ଼ିଓଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ ଦେଖାଦେଇଥିବା ବେଳେ ବିଡିଓ ଗାୟତ୍ରୀଦତ୍ତ ନାୟକଙ୍କ ପଞ୍ଚାୟତର ବିଭିନ୍ନ ଗ୍ରାମରେ ୱାର୍ଡ ପରିଦର୍ଶନ ଓ ଉନ୍ନୟନ ମୂଳକ ଯୋଜନା ନିଜେ ପ୍ରସ୍ତୁତ କରିବା ସହ ସରପଞ୍ଚଙ୍କୁ ଅନ୍ଧାରରେ ରଖୁଥିବା ଅଭିଯୋଗ ହୋଇଛି ।

ପଂଚାୟତରାଜ ବ୍ୟବସ୍ଥାରେ ସମ୍ବିଧାନ ଓ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଲୋକଙ୍କ ଦ୍ୱାରା ନିର୍ବାଚିତ ମହିଳା ସରପଞ୍ଚଙ୍କୁ ବ୍ଲକ୍ ବିଡିଓ ଗୌଣ କରୁଥିବା ସହ ଗ୍ରାମ ପଞ୍ଚାୟତ ଅଧିନିୟମରେ ସରପଞ୍ଚଙ୍କୁ ପଞ୍ଚାୟତିରାଜ ବ୍ୟବସ୍ଥାରେ ସମ୍ପୂର୍ଣ ଉଲ୍ଲଂଘନ ଅଭିଯୋଗ କରିଛନ୍ତି ।

ଏହା ସହ ଆସନ୍ତା ସୋମବାର ଦିନ ବ୍ଲକ୍ ଅଫିସ୍ ସମ୍ମୁଖରେ ୨ ହଜାରରୁ ଉର୍ଦ୍ଧ୍ବ ପଞ୍ଚାୟତବାସୀଙ୍କ ସହ ବିକ୍ଷୋଭ ପ୍ରତିବାଦ ପ୍ରଦର୍ଶନ କରିବେ ବୋଲି ସରପଞ୍ଚ ଶର୍ମିଷ୍ଠା ରାଉତଙ୍କ ସମେତ ଶତାଧିକ ପଞ୍ଚାୟତବାସୀ ତୀବ୍ର ଅସନ୍ତୋଷ ବ୍ୟକ୍ତ ସହ ପ୍ରକାଶ କରିଛନ୍ତି । ଏ ନେଇ ବିଡ଼ିଓଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇନଥିଲେ ମଧ୍ୟ ସୋସିଆଲ ମିଡିଆରେ ଆଡପଡା ପଞ୍ଚାୟତର ବହୁ ବୁଦ୍ଧିଜୀବି ଜନସାଧାରଣ ନିଜ ନିଜ ପ୍ରତିକ୍ରିୟାରେ ଘଟଣାକୁ ନେଇ ପଂଚାୟତ ସମିତିରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ପ୍ରଶାସନିକ ଅଣଦେଖା କରାଯାଉଥିବାରୁ ଏଥିନେଇ ବିଷମ ପରିସ୍ଥିତି ସୃଷ୍ଟି ହେଉଥିବା ଦର୍ଶାଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com