ଓଡ଼ିଶା

ଶ୍ରୀମନ୍ଦିରରେ ଦର୍ଶନ ବେଳେ ଉଡ଼ିଗଲା ଭକ୍ତଙ୍କ ପ୍ରାଣବାୟୁ

Devotee Dies During Jagannath Darshan In Puri Temple

ସୂଚନା ଅନୁସାରେ, ଜଗା ଦର୍ଶନ ପାଇଁ ୱାଇ.ଜି. ଛତିଶଗଡ଼ରୁ ପୁରୀ ଆସିଥିଲେ । ଶ୍ରୀମନ୍ଦିରରେ ଦର୍ଶନ କରୁଥିବା ବେଳେ ବିମଳା ମନ୍ଦିର ନିକଟରେ ହଠାତ୍ ସେ ଅଚେତ ହୋଇ ପଡ଼ି ଯାଇଥିଲେ । ତୁରନ୍ତ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି ।

ସେପଟେ ଭକ୍ତଙ୍କ ମୃତ୍ୟୁ ପରେ ଶ୍ରୀମନ୍ଦିରରେ ନୀତିକାନ୍ତି ବନ୍ଦ ନେଇ କୌଣସି ସୂଚନା ମିଳିନାହିଁ । ଯେହେତୁ ସେ ବେଢା ଭିତରେ ଅଚେତ ଅବସ୍ଥାରେ ପଡ଼ିଥିଲେ, ତେଣୁ ମହାପ୍ରଭୁଙ୍କ ନୀତିକାନ୍ତିରେ କୌଣସି ବିଘ୍ନ ସୃଷ୍ଟ ହେବ ନାହିଁ ବୋଲି ସେବାୟତମାନେ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com