ଓଡ଼ିଶା

ଖାଦ୍ୟ ଉତ୍ପାଦନ ଓ ସୁରକ୍ଷା ନେଇ ଓଡ଼ିଶାର ଭୂମିକା ପ୍ରସଂଶନୀୟ, ଅନ୍ୟରାଷ୍ଟ୍ର ଏହାକୁ ରୋଲ ମଡ଼େଲ କରିବାକୁ ଗୁରୁତ୍ୱ

କୁ ପୋଷଣ ଦୂର, ଖାଦ୍ୟ ଉତ୍ପଦନ ଏବଂ ଖାଦ୍ୟ ସୁରକ୍ଷା ନେଇ ଓଡ଼ିଶାର ପ୍ରୟାସ ଉଲ୍ଲେଖନୀୟ । ଦୁଇ ଦଶନ୍ଧି ଧରି ଏହି କ୍ଷେତ୍ରରେ ଓଡ଼ିଶାର ସଫଳତା ଅନ୍ୟ ରାଷ୍ଟ୍ରଙ୍କ ପାଇଁ ଖୁବ ଉପାଦେୟ । ଓଡ଼ିଶାର ଏହି ଅଭିଜ୍ଞତାକୁ ବିଶ୍ବ ସ୍ତରରେ ଉପଯୋଗ କରିବା ଓ ଏକ ତାଲିମ କାର୍ଯ୍ୟକ୍ରମ ପ୍ରଦାନ ନିମନ୍ତେ ଓଡ଼ିଶା ସରକାର ଓ ଡବ୍ଲୁଏଫପି ମଧ୍ୟରେ ଏକ ସହଯୋଗ ପାଇଁ ଆଲୋଚନା କରାଯାଇଛି । ରୋମରେ ଅନୁଷ୍ଠିତ ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ସଫଳତାର କାହାଣୀ କହିବା ପରେ ଏହାକୁ ବିଶ୍ୱବ୍ୟାପୀ ରୋଲ ମଡେଲ କରିବାକୁ ନିଷ୍ପତ୍ତି ହୋଇଛି । ବିଗତ ଦୁଇ ଦଶନ୍ଧିଧରି ଓଡ଼ିଶାରେ ହୋଇଥିବା ପ୍ରାକୃତିକ ବିପର୍ଯୟ, ଖାଦ୍ୟ ସୁରକ୍ଷା ଓ ଖାଦ୍ୟ ଉତ୍ପାଦନରେ ରୂପାନ୍ତରଣକୁ ଭୂୟସୀ ପ୍ରଶଂସା କରିବା ସହ ଏହା ଅନୁକରଣ କରାଯିବା ଉଚିତ୍ ବୋଲି ଓ୍ବାର୍ଲ୍ଡ ଫୁଡ ପ୍ରୋଗ୍ରାମର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡେଭିଡ ବିସଲେ କହିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରୋମ ସ୍ଥିତ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟାଳୟ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସହ ୫ଟି ସଚିବ ଭି କେ ପାଣ୍ଡିଆନ୍ , ରବିକାନ୍ତ ଏବଂ ଅନ୍ୟାନ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲୋ

Related Articles

Back to top button
WP Twitter Auto Publish Powered By : XYZScripts.com