ଓଡ଼ିଶା

FIRର ୩୦ମାସ ପରେ ବି କାହିଁକି ବାନ୍ଧିନି ଓଡିଶା ପୋଲିସ । କଣ ରହିଛି ଭିତିରି ସଂପର୍କ?

ଲୁମେକ୍ସ ଏବଂ Bright Homes Decor ଠକେଇ ଏବଂ ଜାଲିଆତି କିଙ୍ଗପିନ୍ ସୋନିଆ ବିରୁଦ୍ଧରେ ପ୍ରଥମ FIR ପଞ୍ଜୀକରଣର 30 ମାସ ପରେ ମଧ୍ୟ ଓଡ଼ିଶା ପୋଲିସ ତାଙ୍କୁ ଗିରଫ କରିବାରେ ସକ୍ଷମ ହୋଇ ନାହିଁ।

ସମୟ ସହିତ, ସୋନିଆ ଙ୍କ ବିରୋଧରେ ମାମଲା ଏପର୍ଯ୍ୟନ୍ତ ସାତ କୁ ବୃଦ୍ଧି ପାଇସାରିଛି, କ୍ରାଇମ ବ୍ରାଞ୍ଚ EOW, ଇନଫୋସିଟି, ନାୟାପାଲ୍ଲୀ, ସାଇବର କ୍ରାଇମ୍ PS ରେ ମାମଲା ରୁଜୁ ହୋଇଛି। Eow ମାମଲା ରେ ସୋନିଆଙ୍କ ଜାମିନ ନାମଞ୍ଜୁର ହୋଇଛି।

EOW ତାଙ୍କ ସ୍ୱାମୀ କନମାନ୍ ରାଜୀବ ଦାଶଙ୍କୁ ଗିରଫ କରିଥିଲେ ବି ଏବଂ ସୋନିଆଙ୍କ ବିରୁଧ ରେ ଅପରାଧର ଲାଭରୁ ହିତାଧିକାରୀ ଦର୍ଶାଇ strong ଚାର୍ଜସିଟ୍ ଦାଖଲ କରିଥିବାବେଳେ ଏବଂ ଏହି ମାମଲାରେ ସୋନିଆ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ତାଙ୍କୁ ଏପର୍ଯ୍ୟନ୍ତ ଗିରଫ କରିବାରେ ସକ୍ଷମ ହୋଇ ନ ଥିବା ଜଣାଯାଇଛି। ତାଙ୍କ ସ୍ୱାମୀ ଏବଂ ସହ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଛି।

ହାଇକୋର୍ଟରେ ଜାଲ୍ ଡକ୍ୟୁମେଣ୍ଟ୍ ଦାଖଲ କରି ରାଜୀବଙ୍କୁ ଜେଲରୁ ମୁକ୍ତ କରିବାକୁ ସୋନିଆ ଏବଂ ତାଙ୍କ ଓକିଲ ଅସଫଳ ଉଦ୍ୟମ କରିଥିଲେ ଏବଂ ଇନ୍ଫୋସିଟି ମାମଲା ପଞ୍ଜୀକୃତ କରିସାରିଛନ୍ତି ଏବଂ ରାଜୀବଙ୍କୁ ରିମାଣ୍ଡରେ ନେଇଛନ୍ତି କିନ୍ତୁ ଏହି ମାମଲା ରେ ମଧ୍ୟ ସୋନିଆ ଏ ପର୍ଯ୍ୟନ୍ତ ଗିରଫ ହୋଇ ନାହାନ୍ତି।

ଠକ ଦମ୍ପତିଙ୍କ ବିରୋଧରେ ବିଭିନ୍ନ ପୀଡିତା ନୟାପାଲ୍ଲୀ ଏବଂ ଅନ୍ୟାନ୍ୟ ପୋଲିସ ଷ୍ଟେସନରେ ମାମଲା ଦାୟର କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୋନିଆଙ୍କ ପ୍ରତି ପୋଲିସ ଦୟାଳୁ ରହିଛି।

ସୋନିଆଙ୍କ ବିରୋଧରେ ଦୁଇ ଦୁଇ ଟି NBW ଜାରି କରାଯାଇଛି ତଥାପି ପୋଲିସ ସେହି NBW କୁ କାର୍ଯ୍ୟକାରୀ କରିବାରେ ସକ୍ଷମ ହେଉ ନାହିଁ, ଯେତେବେଳେ କି ଡିଜିପି ସମସ୍ତ NBW କାର୍ଯ୍ୟ କରି କରିବାକୁ ଆଦେଶ ଦେଇ ଛନ୍ତି।

ବର୍ତ୍ତମାନ ସର୍ବସାଧାରଣରେ ଆଲୋଚନା ହୋଉଛି ଯେ ପୋଲିସ ଅଭିଯୁକ୍ତଙ୍କୁ ରକ୍ଷା କରୁଛି ଏବଂ କୋର୍ଟର ନିର୍ଦ୍ଦେଶକୁ ମଧ୍ୟ ଅବମାନନା କରୁଛି। କହିବା ବାହୁଲ୍ୟ ଯେ ସମଗ୍ର ଦେଶରେ ଦୋଷୀ ସାବ୍ୟସ୍ତ ହାରରେ ଓଡିଶା ସର୍ବନିମ୍ନ ସ୍ଥାନ ପାଇଛି | ବିଧାନସଭା ଚାଲିଥିବାରୁ ଆଶା କରାଯାଉଛି ଯେ ଡିଜିପି ଏବଂ ସିପି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଏବଂ ଅଭିଯୁକ୍ତଙ୍କ ସମସ୍ତ ଆକାଉଣ୍ଟ ଏବଂ ସମ୍ପତ୍ତି ଜବତ କରିବା ନିଶ୍ଚିତ କରିବେ।

ଉଲ୍ଲେଖଯୋଗ୍ୟ ଯେ ବିଧାନସଭାରେ ଆସିବା ପରେ ଏବଂ ମୁଖ୍ୟ ମନ୍ତ୍ରୀଙ୍କ ଆଦେଶ କ୍ରମେ ଅଭିଯୁକ୍ତ ରାଜୀବ କୁ ଗତ ବର୍ଷ ମେ ମାସରେ ଗିରଫ କରାଯାଇଥିଲା ଏବଂ ସେବେଠାରୁ ସେ ଜେଲରେ ଅଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com