ଓଡ଼ିଶା

ଇଞ୍ଜେକ୍ସନ ନେବା ପରେ ଚାଲିଗଲା ଜୀବନ

ଚାନ୍ଦବାଲି() ଇଞ୍ଜେକ୍ସନ ନେବା ପରେ ଚାଲିଗଲା ଜୀବନ। ଏଭଳି ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଏନଏସିର କୁଆରସର ଗାଁରୁ । ଅଭିଯୋଗ ମୁତାବକ, ରବୀନ୍ଦ୍ର ବାରିକ ନାମକ ଜଣେ ବ୍ୟକ୍ତିଙ୍କ ଗୋଡରେ କଣ୍ଟା ପଶିଥିଲା । ଚିକିତ୍ସା ପାଇଁ ରବୀନ୍ଦ୍ରକୁ ସମ୍ପର୍କୀୟ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ନର୍ସ ରବୀନ୍ଦ୍ରକୁ ଏକ ଇଞ୍ଜେକ୍ସନ ଦେଇଥିଲେ । ପରେ ରବୀନ୍ଦ୍ର ଘରକୁ ପଳାଇ ଆସିଥିଲେ । ହେଲେ ଘରେ ପହଁଚିବା ପରେ ରବୀନ୍ଦ୍ରର ଗୋଡ ହାତ କାମ କରିନଥିଲା । ଏପରିକି କଥା କହିପାରିନଥିଲେ । ପରିବାର ଲୋକ ପୁଣି ରବୀନ୍ଦ୍ରଙ୍କୁ ଚାନ୍ଦାବଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଭୁଲ୍‌ ଇଞ୍ଜେକ୍ସନ ପାଇଁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ରବୀନ୍ଦ୍ରଙ୍କ ପରିବାର ।

Related Articles

Back to top button
WP Twitter Auto Publish Powered By : XYZScripts.com