Breaking NewsFeaturedଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଦୟନୀୟ ଅବସ୍ଥାରେ ନବମ ଶତାବ୍ଦୀର ଐତିହାସିକ ଖିଚିଂ ମନ୍ଦିର

ଅବହେଳିତ ମା’ କିଚକେଶ୍ୱରୀ ଓ ବାବା ଚନ୍ଦ୍ରଶେଖର

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ୧୨ ଶହ ବର୍ଷ ପୁରୁଣା ମା’ କିଚକେଶ୍ୱରୀଙ୍କ ମନ୍ଦିର ଦିନକୁ ଦିନ ତାର ମାନ ହରାଉଛି । ୯୨୦ରେ ଖ୍ରୀଷ୍ଟାଦ୍ଧରେ ନିର୍ମିତ ଏଇ ମନ୍ଦିର ଏବେ ଜରାଜୀର୍ଣ୍ଣ ଅବସ୍ଥାରେ । କଳାମୁଗୁନି ପଥରରେ ନିର୍ମିତ ଏକମାତ୍ର ମନ୍ଦିର ମା କୀଚକେଶ୍ୱରୀ ମନ୍ଦିର । ବିଶ୍ୱ ଦରବାରରେ ଏଇ ମନ୍ଦିରର ମହତ୍ୱ କାହିଁ କେତେ ଗୁଣରେ ଅଧିକ । କିନ୍ତୁ ଏହାର ଉନ୍ନତି ପାଇଁ ସତେ ଯେମିତି ଆଗ୍ରହ ନାହିଁ । ମା’ କୀଚକେଶ୍ୱରୀ ଓ ବାବା ଚନ୍ଦ୍ରଶେଖର ମହାଦେବ ଏମିତି ଅବହେଳିତ ଭାବରେ ପଡି ରହିଛନ୍ତି ଖିଚିଂର ଏଇ ଶକ୍ତିପୀଠ ଉପରେ ।

ରାଜ୍ୟ ସମେତ ରାଜ୍ୟ ବାହାରୁ ସବୁବେଳେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଜମେ ଏଠି । କିନ୍ତୁ ସେମାନଙ୍କ ସୁବିଧା ପାଇଁ ସେମିତି କିଛି ସୁବିଧା ନାହିଁ । ସ୍ୱାଧିନତା ପୁର୍ବରୁ ଏଇ ଶକ୍ତିପୀଠର ରକ୍ଷଣାବେକ୍ଷଣ ଦାୟୀତ୍ୱ ଥିଲା ମୟୂରଭଞ୍ଜ ମହାରାଜଙ୍କ ହାତରେ । ସେତେବେଳେ ଏଇ ମନ୍ଦିରର ଖ୍ୟାତି ରାଜ୍ୟର ଏରୁଣ୍ଡିବନ୍ଧ ଡେଇଁ ବିଦେଶରେ ପହଞ୍ଚିଥିଲା । କିନ୍ତୁ ଏବେ ଏହାର ଦାୟୀତ୍ୱ ରାଜ୍ୟ ସରକାରଙ୍କ ଦେବୋତ୍ତର ବିଭାଗ ପାଖରେ ରହିଛି । କିନ୍ତୁ ବିଭାଗର ଶୁଭ ଦୃଷ୍ଟି ଏଯାଏଁ ପଡିନି । ଯାହାକୁ ନେଇ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ସାଧାରଣ ଜନତା । ଗତକାଲି ଏକ ବୈଠକରେ ସାଧାରଣଜନତା, ସେବାୟତ, ପୁଜାରୀ, ବୁଦ୍ଧିଜୀବି ଓ ସାମ୍ବାଦିକ ଉପସ୍ଥିତ ରହି ଏହାର ବିକାଶ ପାଇଁ ଆହ୍ୱାନ ଦେଇଛନ୍ତି । ସେମାନେ କହିଛନ୍ତି ୫ଟି ଅଧିନରେ ସାରା ରାଜ୍ୟରେ ମଠ ମନ୍ଦିରର ନବୀକରଣ କରାଯାଉଛି । କିନ୍ତୁ ନବମ ଶତାଦ୍ଧୀରେ ନିର୍ମିତ ଏଇ ଐତିହାସିକ ମନ୍ଦିରକୁ କାହିଁକି ଅଣଦେଖା କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି । ମନ୍ଦିରର ବିକାଶ ତଥା ପୁନୋରୁଦ୍ଧାର ପାଇଁ ସେମାନେ ୩୫୦ କୋଟି ଟଙ୍କାର ଅନୁଦାନ ପାଇଁ ସରକାରଙ୍କୁ ଦାବି ଜଣାଇଛନ୍ତି । ଯଦି ସରକାର ଏଥିପ୍ରତି ଧ୍ୟାନ ନଦିଅନ୍ତି ତେବେ ଅଗଷ୍ଟ ୧୧ ତାରିଖ ଦିନ ସମଗ୍ର କରଞ୍ଜିଆ ଉପଖଣ୍ଡକୁ ବନ୍ଦ କରି ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ବାସିନ୍ଦା ।

(ବାରିପଦାରୁ ଘାସିରାମ ବେହେରାଙ୍କ ରିପୋର୍ଟ)

Related Articles

Back to top button
WP Twitter Auto Publish Powered By : XYZScripts.com