Breaking NewsFeaturedରାଜନୀତି

ତମେ ଗିରଫ କର ମୁଁ ପ୍ରଚାର କରିବି , ଏହି ନୀତି ଆପଣେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

ଗିରଫ ହେବେ କେଜ୍ରିୱାଲ । ପୁଣି ହେବେ ନାହିଁ କେଜ୍ରିୱାଲ । ଏସବୁ କୁ ନେଇ ଗତ ଦୁଇ ଦିନ ଧରି ଦେଶରେ ରାଜନୈତିକ ମାହୋଲ ହୋଇଯାଇଛିି ସରଗରମ । କାରଣ ଦିଲ୍ଲୀରେ ପୁଣି ଘାଂଟୁଛି ଇଡି । ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଏମିତି କଣ ହୋଇଗଲା ଯେ ରାଜନୀତି ଉଠୁଛି ପଡୁଛି । ସେପଟେ ଦେଖିବାକୁ ଗଲେ ଅରବିନ୍ଦ ବି ଛାଡିବାର ଲୋକ ନୁହନ୍ତିି । ସବୁ ଚର୍ଚ୍ଚାକୁ ଗୋଟିଏ ପଟେ ରଖି ଏବେ ମଧ୍ୟପ୍ରଦେଶରେ ପ୍ରଚାର ପାଇଁ ପ୍ରସ୍ତୁତ କେଜ୍ରିୱାଲ । ସିଙ୍ଗରୋଲିରେ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ସେ ଯୋଗ ଦେବେ । ସେଠାରେ ଏକ ରୋଡ ସୋ କରିବେ । ସେଥିରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମଧ୍ୟ ସାମିଲ ହେବେ । ତେବେ ଏହି ନୋଟିସ ବେଆଇନ ଓ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ବିଜେପି ଜାଣିଶୁଣି ତାଙ୍କ ବିରୋଧରେ ଇଡିକୁ ଲଗାଇଥିବା ସେ କହିଛନ୍ତି ।

ଏଠାରେ କହି ରଖୁଛୁ ଯେ ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିରେ ହାଜର ହେବା ପାଇଁ ନୋଟିସ କରାଯାଇଥିଲା । ଏନେଇ ଦିନ ୧୧ଟାରେ ହାଜର ହୋଇ ସେ ଆଜି ବିବୃତି ରଖିଥାନ୍ତେ । ହେଲେ ଏଥିପାଇଁ ସେ ସମୟ ମାଗିଛନ୍ତି । ଇଡି କାର୍ଯ୍ୟାଳୟ ନ ଯାଇ ଏକ ରୋଡ ଶୋରେ ସାମିଲ ହେବେ ଆପ ମୁଖ୍ୟ । ଏହା ପୂର୍ବରୁ ସେ ଇଡିକୁ ଚିଠି ଲେଖି ଥିଲେ । ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କ ବିରୋଧରେ ବିଜେପିର ନିଦେ୍ର୍ଦଶ ଅନୁସାରେ ନୋଟିସ ପଠାଯାଇଛି । ଏହି ନୋଟିସ ଏକ ବେଆଇନ ଓ ରାଜନୈତିକ ଉଦେ୍ଦଶ୍ୟ ପ୍ରଣୋଦିତ ବୋଲି ସେ କହିଛନ୍ତି । ଏହାସହ ଏହି ମାମଲା ଇଡି ତୁରନ୍ତ ପ୍ରତ୍ୟାହାର କରୁ ବୋଲି କହିଛନ୍ତି କେଜ୍ରିୱାଲ । ତେବେ ପ୍ରବର୍ତନ ନିଦେ୍ର୍ଦଶାଳୟରେ ଯଦି କେଜ୍ରିୱାଲ ହାଜର ହୁଅନ୍ତି , ତାଙ୍କୁ ଗିରଫ କରାଯାଇପାରେ ବୋଲି ଆଶଙ୍କା କରୁଥିଲା ଦଳ । କାରଣ ପୂର୍ବରୁ ମଧ୍ୟ ଏହି ମାମଲା କେଜ୍ରିୱାଲଙ୍କ ଘନିଷ୍ଠ ସହେଯାଗୀ ତଥା ଉପମୁଖ୍ୟମନ୍ତ୍ୀ ମନିଷ ସିସୋଦିଆ ଓ ଆପ ସାଂସଦ ସଂଜୟ ସିଂହଙ୍କୁ ଗରିଫ କରିଛି ଇଡି ।

ଯାହାକୁ ନେଇ । ଗୋଟେ ପଟେ ଜେରା ପାଇଁ ଇଡିର ସମନ ତ ଅନ୍ୟପଟେ ଇଡିରେ ହାଜର ହେବାକୁ ଥିବାବେଳେ ଏନେଇ ନିଜ ଓକିଲଙ୍କ ଜରିଆରେ ସମୟ ମାଗିଛନ୍ତି କେଜ୍ରିୱାଲ । ମଧ୍ୟପ୍ରଦେଶ ଗସ୍ତ ଥିବାରୁ ଆଜି ହାଜର ହେବେନି ବୋଲି ଜଣାପଡିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com