ଓଡ଼ିଶାଜାତୀୟରାଜନୀତି

ବିଜେପି ଆସ୍କାରୋଡ ମଣ୍ଡଳର ତ୍ରିରଙ୍ଗା ପରିକ୍ରମା

ବ୍ରହ୍ମପୁର, ୧୫/୦୮/୨୦୨୨-  ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରକୁ ଅମୃତ ମହୋତ୍ସବ ନାମରେ ଦେଶ ବ୍ୟାପୀ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଏହି ପରିପ୍ରେକ୍ଷୀରେ ଆସ୍କାରୋଡ଼ ମଣ୍ଡଳ ସଭାପତି ଭାବଗ୍ରାହୀ ପାଳଙ୍କ ନେତୃତ୍ୱ ଓ ମହାନଗରର ୩ନଂ ୱାର୍ଡ କର୍ପୋରେଟର ସବିତା ସାହୁଙ୍କ ତତ୍ତ୍ୱାବଧାନରେ ଆମ ଅଞ୍ଚଳର ସହୀଦ ଶ୍ରୀ ସୁଶାନ୍ତ ଗୌଡ଼ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସହରର ସବୁଠାରୁ ଜନଗହଳି ଅଞ୍ଚଳରେ ବହୁମାତ୍ରାରେ ମୋଟରସାଇକେଲ ଯୋଗେ ତ୍ରିରଙ୍ଗା ପରିକ୍ରମା ସହ ସଚେତନତା ଶୋଭାଯାତ୍ରା ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସହ ଯୁବ କାର୍ଯ୍ୟକର୍ତ୍ତା ମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ଉପସଭାପତି ତଥା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଶ୍ରୀ ଭୃଗୁବକ୍ସି ପାତ୍ରଙ୍କ ଉପସ୍ଥିତ ସହ ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚରଣ ପତି, ବ୍ରହ୍ମପୁର ମେୟର ପ୍ରାର୍ଥୀନୀ ସବିତା ସୁଆର ପାଣିଗ୍ରାହୀ, କର୍ପୋରେଟର ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ଏନ. ରାଜେନ୍ଦ୍ର କୁମାର, ପ୍ରଭାତ ଷଡ଼ଙ୍ଗୀ, ଉପସଭାପତି ରାମ କୁମାର ପାତ୍ର, ଶରତ ସାହୁ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାବତ, ବିଶାଳ ସାହୁ, ଟୁକୁନା ସାହୁ, ସନ୍ତୋଷ ସାହୁ, ତୁମ୍ବେଶ୍ୱର ନାୟକ, ସନୁ ସାମଲ, ଶ୍ରୀଧର ନାୟକ, ମନୋଜ ମହାରଣା, ବଳରାମ ସାହୁ, ରାକେଶ ସାବତ, ସୁଶାନ୍ତ ସାହୁ, ଶିବ ପାଣିଗ୍ରାହୀ ଙ୍କ ସହ ବିବିଧକ୍ଷେତ୍ର ଓ ବୁଦ୍ଧିଜୀବି ଉପସ୍ଥିତ ହୋଇ ବଡବଜ଼ାର ଥାନା ଠାରୁ ୨ଚକିଆ ଯାନରେ ଶୋଭାଯାତ୍ରାରେ ବାହାରି ଅଞ୍ଚଳ ତଥା ସହର ପରିକ୍ରମା କରି ରାମଲିଙ୍ଗେଶ୍ୱର ମନ୍ଦିର ନିକଟରେ ସମାପ୍ତ ହୋଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com