Breaking NewsFeaturedକ୍ରୀଡ଼ା

ଏସିଆନ ଚାମ୍ପିୟନ୍ସ ଟ୍ରଫି ହାତେଇଲା ମେନ୍ ଇନ୍ ବ୍ଲୁ୍ୟ

ଏସିଆନ ଚାମ୍ପିୟନ୍ସ ଟ୍ରଫି ହାତେଇଲା ଭାରତ । ଫାଇନାଲ ମ୍ୟାଚରେ ମାଲେସିଆକୁ ହରାଇ ୪-୩ ଗୋଲ କରି ଟ୍ରଫି ହାତେଇଛି ଟିମ ଇଣ୍ଡିଆ । ଏହି ବିଜୟ ସହ ଚତୁର୍ଥ ଥର ପାଇଁ ଏସିଆନ ଚାମ୍ପିୟନ ଟ୍ରଫିର ସମ୍ପିୟନ ହୋଇଛି ଭାରତୀୟ ହକୀ ଟିମ । ଚେନ୍ନାଇର ମେୟର ରାଧାକୃଷ୍ଣ ଷ୍ଟାଡିୟମରେ ଶନିବାର ଖେଳା ଯାଇଥିବା ଭାରତ ଏବଂ ମାଲେସିଆ ମଧ୍ୟରେ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକର ଥିଲା । ଦୁଇ ଟିମ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା ।

ମାଲେସିଆ ଆରମ୍ଭରୁ ଆକ୍ରମଣାତ୍ମକ ଖେଳ ଖେଳି ୩-୧ରେ ଆଗୁଆ ଥିଲା । କିନ୍ତୁ ଚତୁର୍ଥ କ୍ୱାର୍ଟରରେ ନାଟକୀୟ ମୋଡରେ କ୍ରମାଗତ ୩ଟି ଗୋଲ ସ୍କୋର କରିଥିଲା । ଫଳରେ ଏକ ରୋମାଞ୍ଚକର ବିଜୟ ସହ ଟ୍ରଫି ହାତେଇଛି ମେନ୍ ଇନ୍ ବ୍ଲୁ୍ୟ । ତେବେ ଆୟୋଜକ ଭାରତ ମ୍ୟାଚ୍ରେ ଗୋଲ ସ୍କୋରିଂରୁ ଆରମ୍ଭ କରିଥିଲା । ମ୍ୟାଚ୍ରେ ଅଷ୍ଟମ ମ୍ୟାଚ୍ରେ ଟିମ୍ ଇଣ୍ଡିଆକୁ ପେନାଲ୍ଟି କର୍ଣ୍ଣର ମିଳିଥିଲା ।

ଏହାକୁ ଜୁଗରାଜ ସିଂ ଡ୍ରାଗଫ୍ଲିକରେ ଗୋଲ କରି ଭାରତକୁ ୧-୦ରୁ ଆଗୁଆ କରାଇଥିଲେ । ଏହାପରେ ମାଲେସିଆ କମବ୍ୟାକ କରି ଗୋଟିଏ ଗୋଲ ଦେଇ ମ୍ୟାଚକୁ ୧-୧ରେ ବରାବର କରିଥିଲା । ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଦ୍ୱିତୀୟ ଗୋଲ ଦେଇଥିଲା । ରହୀମ ରାଜୀ ପେନାଲ୍ଟି କର୍ଣ୍ଣରକୁ ଡ୍ରାଗଫ୍ଲିକରେ ଗୋଲ କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ମାଲେସିଆ ଟିମ ୨-୧ରେ ଆଗୁଆ ରହିଥିଲା । ମ୍ୟାଚର ପ୍ରଥମାର୍ଦ୍ଧ ସୁଦ୍ଧା ମାଲେସିଆ ୩-୧ରେ ମ୍ୟାଚ୍ରେ ଆଗୁଆ ରହିଥିଲା । ତେବେ ମ୍ୟାଚ୍ରେ ତୃତୀୟ କ୍ୱାର୍ଟରରେ ଭାରତ ଜୋରଦାର କମବ୍ୟାକ୍ କରିଥିଲା ।

ଗୋଟିଏ ମିନିଟ୍ରେ ଭାରତ ଦୁଇଟି ଗୋଲ କରିବାରେ ସଫଳ ହୋଇଥିଲା । ପେନାଲ୍ଟି କର୍ଣ୍ଣରକୁ ଅଧିନାୟକ ହରମନପ୍ରୀତ ସିଂ ଗୋଲ ଦେଇ ମ୍ୟାଚ୍କୁ ୩-୨କୁ ଆଣିଥିଲେ । ଗୁରଜତ ସିଂ କାଉଣ୍ଟର ଆଟାକ୍ ଉପରେ ଫିଲ୍ଡ ଗୋଲ କରି ମ୍ୟାଚ୍କୁ ୩-୩ରେ ବରାବର କରିଥିଲେ । ଭାରତୀୟ ଟିମ୍ ଚତୁର୍ଥ କ୍ୱାର୍ଟରେ ଆକାଶଦୀପ ସିଂ କାଉଣ୍ଟର ଆଟାକ କରି ଚତୁର୍ଥ ଗୋଲ କରିଥିଲା । ଏହାସହ ଭାରତ ୪-୩ ଗୋଲରେ ମାଲେସିଆକୁ ପରାସ୍ତ କରିଛି । ଏହା ପୂର୍ବରୁ ଭାରତ ୨୦୧୧, ୨୦୧୬ ଏବଂ ୨୦୧୮ରେ ଭାରତ ଏହି ଟ୍ରଫି ଜିତିଥିଲା । କିନ୍ତୁ ୨୦୧୮ରେ ଫାଇନାଲ ରଦ୍ଦ ହେବା ପରେ ଭାରତ ଏବଂ ପାକିସ୍ତାନ ମିଳିତ ରୂପେ ବିଜେତା ରହିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com