ଅନ୍ତର୍ଜାତୀୟଓଡ଼ିଶାଜାତୀୟ

ଓଡ଼ିଶା ଆସିବେ ବିରଳ ଜୀବଜନ୍ତୁ

ଭୁବନେଶ୍ୱର, ୧୫ /୧୦/୨୦୨୨-   ବିଦେଶରୁ ଓଡ଼ିଶା ଆସିବେ ବିରଳ ଜୀବଜନ୍ତୁ । ବିରଳ ପ୍ରଜାତିର ଚିତା ବାଘ, ଧଳା ସିଂହ, କଙ୍ଗାରୁ ପ୍ରଜାତିର ପଶୁ ଲେମୁର ଆଦି ନନ୍ଦନକାନନକୁ ଅଣାଯିବ । ଏନେଇ ଦୁବାଇ ସଫାରି ପାର୍କ ସହ ଚୁକ୍ତି ସ୍ବାକ୍ଷର ହୋଇଛି । କେବଳ କେନ୍ଦ୍ର ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ ଅନୁମୋଦନକୁ ଅପେକ୍ଷା ରହିଛି । ବିଭିନ୍ନ ଭାରତୀୟ ପ୍ରାଣୀ ଉଦ୍ୟାନରୁ  ଧଳା ବାଘ ଓ ଘଡିଆଳ କୁମ୍ଭୀର ଅଦଳ ବଦଳ ପ୍ରକ୍ରିୟାରେ  ଆଇଜଲ, ଆସାମ ଓ ହାଇଦ୍ରାବାଦ ପ୍ରାଣୀ ଉଦ୍ୟାନ ସହିତ ଯୋଗାଯୋଗ ସରିଛି । ଏଠାରୁ ଏକ ଯୋଡା ଗଣ୍ଡା, ଓଲ ଗିବନ ଅଣାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com