Breaking NewsFeaturedଅନ୍ତର୍ଜାତୀୟଜାତୀୟମନୋରଞ୍ଜନ

ହଲିଉଡ୍‌ରେ ନିଜର ଦକ୍ଷତା ଦେଖାଇଲେ ମୁମ୍ବାଇର ବସ୍ତି ଝିଅ ମଲେଶା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ମଣିଷ ଭିତରେ ଥିବା ଗୁଣ ହେଉଛି କସ୍ତୁରୀ ସଦୃଶ । ଯାହା ସହଜରେ ଜାଣି ହୁଏ ନାହିଁ । କିନ୍ତୁ ଯେତେବେଳେ ଅନ୍ତର୍ନିହିତ କଳା ବିକାଶ କରେ ସେତେବେଳେ ଏହା ବଣ ମଲ୍ଲୀ ପରି ବଣରେ ଫୁଟି ମଉଳି ଯାଏ ନାହିଁ ବରଂ ଏହା ଲୋକଲୋଚନକୁ ଆସେ ଆଉ ନିଜର ପ୍ରାଧାନ୍ୟ ବିସ୍ତାର କରେ । କେବଳ ଏଥି ପାଇଁ ଆବଶ୍ୟକ ଉପଯୁକ୍ତ ସମୟ ଆଉ ଜଣେ ଗଡ୍ ଫାଦର୍ । କାରଣ ଗୁଣ ଚିହ୍ନେ ଗୁଣୀ ।

ଏହି କଥାର ଏକ ବାସ୍ତବ ଚିତ୍ର ଦେଖିବାକୁ ମିଳିଛି ମାୟା ନଗରୀ ମୁମ୍ବାଇର ଧରାବୀ ବସ୍ତିରେ । ବସ୍ତିରେ ବଢିଥିବା ଝିଅ ମଲେଶା ଖାରୱା ଲଗ୍‌ଜୁରୀ ବିୟୁଟି ବ୍ରାଣ୍ଡ୍ ଫରେଷ୍ଟ ଏସେନ୍‌ସିଆଲର ନୂଆ କ୍ୟାମ୍ପେନ ୟୁଭତୀ କଲେକ୍ସନର ମଡ଼େଲ ହୋଇଛନ୍ତି । ଯାହା କୌଣସି କାହାଣୀଠାରୁ କମ୍ ନୁହେଁ ।
ତେବେ ପ୍ରଥମେ ୨୦୨୦ରେ ହଲିଉଡ଼ ଅଭିନେତା ରବର୍ଟ ହୋଫମ୍ୟାନ୍‌ଙ୍କ ଦ୍ୱାରା ତାଙ୍କ ପ୍ରତିଭା ଚିହ୍ନଟ ହୋଇଥିଲା । ଯିଏ ପରେ ଝିଅମାନଙ୍କ ପାଇଁ ଗୋ ଫଣ୍ଡ ମି ପେଜ୍ ଆରମ୍ଭ କରିଥିଲେ । ତେବେ ୧୪ ବର୍ଷୀୟା ମଲେଶାଙ୍କର ଇନ୍‌ଷ୍ଟା ଗ୍ରାମରେ ୨୨୫.୦୦୦ ଫଲୋଅରସ ଅଛନ୍ତି । ଅନେକ ସମୟରେ ସେ ନିଜ ପୋଷ୍ଟରେ #princessfromtheslum ହାସ୍‌ଟ୍ୟାଗ୍ ଦେଇଥାନ୍ତି ।

ନିକଟ ବର୍ଷ ଗୁଡ଼ିକରେ ସେ କିଛି ମଡ଼େଲିଂ ଗିଗ୍ କରିବା ସହ ଏକ ସର୍ଟ ଫିଲ୍ମ ମଧ୍ୟ କରିଛନ୍ତି ଯାହାର ଟାଇଟେଲ ରହିଛି “Live Your Fairytale”. ବର୍ତ୍ତମାନ ସେ ଫରେଷ୍ଟ ଏସେନସିଆଲର ନୂଆ କ୍ୟାମ୍ପେନ ୟୁଭତୀ କଲେକ୍ସନର ମଡ଼େଲ ହୋଇଛନ୍ତି, ଯାହା ଯୁବ ମାନସକୁ ଶଶକ୍ତ କରିବ । ଏପ୍ରିଲ ମାସରେ ଏହି ବ୍ରାଣ୍ଡ ଇନ୍‌ଷ୍ଟାରେ ଏକ ସୁନ୍ଦର ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ମାଲେସା ତାଙ୍କର ଷ୍ଟୋରରେ ପ୍ରବେଶ କରୁଥିଲେ । ଯାଡା ତାଙ୍କ କ୍ୟାମ୍ପେନର ଦୃଶ୍ୟ ଥିଲା । ତେବେ ତୁମର ସ୍ୱପ୍ନ ବହୁ ଗୁରୁତ୍ୱ ବହନ କରେ ବୋଲି ନିଜର କ୍ୟାପସନ୍‌ରେ ଲେଖିଛି ଫରେଷ୍ଟ ଏସେନସିଆଲ । ଏହି ଭିଡ଼ିଓ ସେୟାର ହେବା ପରେ ଇଣ୍ଟରନେଟ୍‌ରେ ଝଡ଼ ସୃଷ୍ଟି କରିଛି । ଏହି ଭିଡ଼ିଓ ୫ ମିଲିୟନରୁ ଅଧିକ ଭ୍ୟୁ ପାଇଥିବାବେଳେ ୪୦୬ ୦୦୦ ଲାଇକ୍ ସଂଗ୍ରହ କରିଥିଲା । ଭିଡ଼ିଓ ଦେଖିବା ପରେ ଅନେକ ଲୋକ ତାଙ୍କୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ଆଉ କିଛି ଉପଭୋକ୍ତା ଏହି ବ୍ରାଣ୍ଡକୁ ମଧ୍ୟ ପ୍ରଶଂସା କରିଛନ୍ତି ।

ଏହି ସମୟରେ, ଭୋଗ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ଫରେଷ୍ଟ ଏସେନସିଆଲ୍ସର ପ୍ରତିଷ୍ଠାତା ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ମୀରା କୁଲକର୍ଣ୍ଣି କହିଛନ୍ତି ଯେ ଆମର ୟୁଭତୀ କଲେକ୍ସନ ମାଧ୍ୟମରେ ଆମେ କେବଳ ମାଲେଶାଙ୍କ ସ୍ୱପ୍ନକୁ ସମର୍ଥନ କରୁନାହୁଁ ବରଂ ଯୁବ ମନକୁ ସଶକ୍ତ କରିବା ପାଇଁ ପ୍ରୋଜେକ୍ଟ ପାଠଶାଳାକୁ ମଧ୍ୟ ସହଯୋଗ କରୁଛୁ। “ମାଲେଶା ଏହି ଅଭିଯାନର ଚେହେରା ହୋଇଥିବାବେଳେ ଫରେଷ୍ଟ ଏସେନସିଆଲ୍ସ ଯାହା ସାମ୍ନାକୁ ଆଣିଛି ତାହା ହେଉଛି ସ୍ୱପ୍ନର କଳ୍ପନା । ଆପଣ କେଉଁଠାରୁ ଆସିଛନ୍ତି, ଆପଣଙ୍କ ସ୍ୱପ୍ନ କେତେ ବଡ଼ କିମ୍ବା ଛୋଟ, ତାହାର କିଛି ମାନେ ନଥାଏ କିନ୍ତୁ ସ୍ୱପ୍ନ ସମସ୍ତଙ୍କ ପାଇଁ, ଏବଂ ସମସ୍ତ ସ୍ୱପ୍ନ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।

ପୃଥକ ପୃଥକ ଭାବରେ ମାଲେଶା କହିଛନ୍ତି ଯେ ଫରେଷ୍ଟ ଏସେନସିଆଲ୍ସ ସହିତ ତାଙ୍କର ଅଭିଯାନ ହେଉଛି ଆଜି ପର୍ଯ୍ୟନ୍ତ ତାଙ୍କର ସବୁଠାରୁ ବଡ କାମ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଜଣେ ମଡେଲ ହେବାକୁ ଚାହୁଁଛି, କିନ୍ତୁ ଶିକ୍ଷା ମୋ ପାଇଁ ସର୍ବପ୍ରଥମ ଗୁରୁତ୍ୱପୂର୍ଣ୍ଣ।

Related Articles

Back to top button
WP Twitter Auto Publish Powered By : XYZScripts.com