Featuredଜାତୀୟ

ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ହ୍ରାସ କଲେ SC

କେନ୍ଦ୍ର ସରକାରଙ୍କୁ ଲାଗିଛି ବଡ଼ ଝଟକା

ମୋବାଇଲ୍‌ ନ୍ୟୁଜ୍‌ ବ୍ୟୁରୋ: ଇଡି ନିର୍ଦ୍ଦେଶକ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳକୁ ହ୍ରାସ କରିଛନ୍ତି ସୁପ୍ରିମକୋର୍ଟ। ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ରହିବ ବୋଲି କୋର୍ଟ କହିଛନ୍ତି। ଏହା ଫଳରେ କେନ୍ଦ୍ର ସରକାରଙ୍କୁ ଲାଗିଛି ବଡ଼ ଝଟକା। କାରଣ ଲଗାତାର ତୃତୀୟ ଥର ପାଇଁ ସଞ୍ଜୟ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରିଥିଲେ ସରକାର। ସଞ୍ଜୟ ମିଶ୍ର ନଭେମ୍ବର ୧୮ ରେ ଅବସର ନେଇଥାନ୍ତେ। କୋର୍ଟ କହିଛନ୍ତି ଯେ ସରକାର ୧୫ ଦିନ ମଧ୍ୟରେ ଇଡିର ଜଣେ ନୂତନ ନିର୍ଦ୍ଦେଶକ ନିଯୁକ୍ତ କରିପାରିବେ।

ସରକାରଙ୍କ ଦ୍ୱାରା ଇଡି ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ଉପରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନ ପ୍ରଣୟନ କରିବା ସରକାରଙ୍କର କ୍ଷମତା ଅଛି। କିନ୍ତୁ ଏହାକୁ ସମ୍ପ୍ରସାରଣ କରିବା ବେଆଇନ ଅଟେ। ବର୍ତ୍ତମାନର ନିର୍ଦ୍ଦେଶକ କେବଳ ଜୁଲାଇ ୩୧ ପର୍ଯ୍ୟନ୍ତ ଇଡିରେ କାର୍ଯ୍ୟ କରିବେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ ସଞ୍ଜୟ ମିଶ୍ରଙ୍କୁ ପ୍ରଥମଥର ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ମୁଖ୍ୟ ଭାବେ ୧୯ ନଭେମ୍ବର ୨୦୧୮ ଦାୟିତ୍ୱ ଦେଇଥିଲେ କେନ୍ଦ୍ର ସରକାର। ଏହା ପରେ ସରକାର ତାଙ୍କ କାର୍ଯ୍ୟକାଳ ୩ ଥର ବୃଦ୍ଧି କରିଥିଲେ। କ୍ରମାଗତ ତୃତୀୟ ଥର ପାଇଁ ମିଶ୍ରଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ଏକ ଆବେଦନ ଉପରେ ଗତ ବର୍ଷ ଡିସେମ୍ବର ୧୨ ରେ ସରକାରଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ ସୁପ୍ରିମକୋର୍ଟ। ଏହା ପରେ କୋର୍ଟ ଏହି ମାମଲାର ଶୁଣାଣି କରି ମେ ୨୮ରେ ନିଜ ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ।

ଯେତେବେଳେ ସଞ୍ଜୟ ମିଶ୍ରଙ୍କୁ ୨୦୧୮ ରେ ଦୁଇ ବର୍ଷ ପାଇଁ ନିଯୁକ୍ତି ମିଳିବା ପରେ ୨୦୨୧ ରେ ପୁଣି ଏକ ବର୍ଷ ପାଇଁ କାର୍ଯ୍ୟକାଳ ବୃଦ୍ଧି କରାଗଲା ସେତେବେଳେ ଏହି ମାମଲା କୋର୍ଟରେ ପହଞ୍ଚିଥିଲା। ସେହି ସମୟରେ କମନ କଜ୍ ନାମକ ଏକ ଏନଜିଓ ସୁପ୍ରିମକୋର୍ଟରେ ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com