Featuredଅନ୍ୟାନ୍ୟଭାଇରାଲ୍ ଭିଡିଓ

ମାର୍କେଟକୁ ଖୁବ ଶୀର୍ଘ ଆସିବ E-SIM..ଚାଲିବ E-SIM Trend

ଆଜି କାଲି ସ୍ମାର୍ଟ ଯୁଗରେ ସ୍ମାର୍ଟ ଫୋନର ଚାହିଦା ବଢ଼ିବାକୁ ଲାଗିଛି । ବୁଢ଼ାଠୁ ପିଲା ଯାଏଁ ଯାହାଙ୍କ ହାତକୁ ଦେଖିବ ହାତରେ ଥିବ ଆଣ୍ଡରଏଡ ଫୋନ୍ । କାରଣ ବର୍ତ୍ତମାନ ୫ଜିର ଯୁଗ ଚାଲିଥିବା ବେଳେ ସବୁ କାମ ନିଜ ଫୋନରେ ଘରେ ବସି କରିହେଉଛି । ଆଉ ଏଥି ପାଇଁ
ସ୍ମାର୍ଟଫୋନରେ ଡାଟା କନେକ୍ଟିଭିଟି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସିମ କାର୍ଡ। ସିମ କାର୍ଡ ଉପଭୋକ୍ତାମାନଙ୍କ ପରିଚୟ ଦେଇଥାଏ। ତେବେ ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଅନେକ ପରିବର୍ତ୍ତନ ଘଟୁଛ। ବର୍ତ୍ତମାନ ଇ-ସିମର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ ଫିଜିକାଲ ସିମର ସ୍ଥାନ ନେବାକୁ ଯାଉଛି।

ଟେଲିକମ କମ୍ପାନୀ ଏୟାରଟେଲର ସିଇଓ ଗୋପାଳ ଭିଟାଲ କିଛନ୍ତି, ଫିଜିକାଲ ସିମ କାର୍ଡ ଅପେକ୍ଷା ଇ-ସିମ ଅନେକ କ୍ଷେତ୍ରରେ ଭଲ। ଅନେକ ମିଡରେଞ୍ଜ ଏବଂ ପ୍ରିମିୟମ ସ୍ମାର୍ଟଫୋନ ବର୍ତ୍ତମାନ ଉପଭୋକ୍ତାମାନଙ୍କୁ ଇ-ସିମ ବ୍ୟବହାର କରିବାର ବିକଳ୍ପ ଦେଉଛନ୍ତି ଏବଂ ସମସ୍ତ ପ୍ରମୁଖ ଟେଲିକମ କମ୍ପାନୀଗୁଡିକ ମଧ୍ୟ ଇ-ସିମ ପ୍ରଦାନ କରୁଛନ୍ତ। ଫୋନ ଚୋରିକୁ ରୋକିବା ଠାରୁ ଆରମ୍ଭ କରି ଡାଟା ସ୍ଥାନାନ୍ତର ପର୍ୟ୍ୟନ୍ତ ଇ-ସିମର ଅନେକ ସୁବିଧା ରହିଛି।

Related Articles

Back to top button
WP Twitter Auto Publish Powered By : XYZScripts.com