ଅନ୍ୟାନ୍ୟ

କଂଗ୍ରେସରେ ମିଶିଲେ I.A.S ବିଜୟ ପଟ୍ଟନାୟକ

ନୂଆଦିଲ୍ଲୀ, ୧୦/୦୨/୨୦୨୩ –   ଦିଲ୍ଲୀ AICC କାର୍ଯ୍ୟାଳୟରେ କଂଗ୍ରେସରେ ମିଶିଛନ୍ତି  ଓଡ଼ିଶାର ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଉପସ୍ଥିତିରେ ବିଜୟ ଯୋଗ ଦେଇଛନ୍ତି । ମିଶ୍ରଣ ପର୍ବରେ PCC ସଭାପତି ଶରତ ପଟ୍ଟନାୟକ, ଓଡ଼ିଶା ପ୍ରଭାରୀ ଚେଲ୍ଲା କୁମାର, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁ ଗୋପାଲ ପ୍ରମୁଖ ଉପସ୍ଥିତ ଥିଲେ ।

୧୯୭୬ ବ୍ୟାଚ୍‌ର IAS ଅଫିସର ବିଜୟ ପଟ୍ଟନାୟକ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରି ୨୦୧୩ରେ ଅବସର ନେଇଥିଲେ । କଂଗ୍ରେସରେ ଯୋଗ ଦେବା ପରେ ବିଜୟ କହିଛନ୍ତି, ପ୍ରଥମ ଥର ପାଇଁ ରାଜନୀତିରେ ପାଦ ଦେଇଛି । ନୀତି ଆଦର୍ଶକୁ ନେଇ ଆଗକୁ ବଢିବି । ତେବେ କଂଗ୍ରେସରେ କାହିଁକି ଯୋଗ ଦେଲେ ପ୍ରଶ୍ନରେ ବିଜୟ କହିଛନ୍ତି ଯେ,  ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ଯାତ୍ରା ହେଉଛି ପ୍ରେମ ଓ ଭଲ ପାଇବାର ଯାତ୍ରା । କଂଗ୍ରେସର ଉଦାରବାଦ ନୀତି ଯୋଗୁଁ ହାତ ଧରିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com