ଅନ୍ୟାନ୍ୟ

ପ୍ରେମିକ ଦେଲା ବିଷ, ହସି ହସି ପିଇଦେଲା ପ୍ରେମିକା

ଧର୍ମଗଡ, ୧୮/୦୪/୨୦୨୩ –    ନିଜଠାରୁ ବେଶୀ ଭଲ ପାଉଥିଲା ପ୍ରେମିକକୁ । ହେଲେ ଜାତି ଅଲଗା ହୋଇଥିବାରୁ ଦେଖା ଦେଇଥିଲା ଅନେକ ଘାତ ପ୍ରତିଘାତ । ଏସବୁକୁ ପାଦରେ ଆଡେଇ ପ୍ରେମିକା ଚାଲି ଆସିଥିଲେ ପ୍ରେମିକର ଘରକୁ । କିନ୍ତୁ ପ୍ରେମିକର ଘରଲୋକ ସ୍ୱୀକାର କରିନଥିଲେ । ଏମିତିକି ପ୍ରେମିକ ନିଜେ ମଧ୍ୟ ଅଲଗା ଜାତି କହି ବାହାହେବାକୁ ମନା କରିଦେଇଥିଲେ । ଆଉ ବିଷଦେଇ କହିଥିଲା ମରିଯିବା ପାଇଁ ।

ଶେଷରେ ପ୍ରେମୀକ ଦେଇଥିବା ବିଷକୁ ହସି ହସି ପିଇ ପ୍ରେମିକା ଜୀବନ ହାରିଦେଲା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ନୂନପାଣି ଗ୍ରାମରେ । ରିମା ନାଗ ନାମକ ଜଣେ ନାବାଳିକା ସେହି ଗ୍ରାମର ସମୀର ପୁଝାରୀ ନାମକ ଜଣେ ଯୁବକଙ୍କ ସହ ଗତ ୨ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ସେମାନଙ୍କ ସମ୍ପର୍କରେ ସୃଷ୍ଟି ହୋଇଥିଲା ଫାଟ । କିନ୍ତୁ ରିମା ସମୀରକୁ ବାହାହେବା ପାଇଁ ଏକ ପ୍ରକାରର ଅଡି ବସିଥିଲା । ସମୀର କିନ୍ତୁ ବିବାହକୁ ଅସ୍ୱିକାର କରି ରିମାକୁ ବିଷ ପିଇ ମରିଯିବାକୁ କହିଥିଲା । ଏମିତିକି ନିଜ ହାତରେ ବିଷ ଆଣି ମଧ୍ୟ ରିମାକୁ ଦେଇଥିଲା ।

ଶେଷରେ ରିମା ନିରାସ ହୋଇ ସମୀର ଦେଇଥିବା ବିଷକୁ ସମୀରର ଘରେ ହସି ହସି ପିଇ ଦେଇଥିଲା । ରିମାକୁ ରୁରୁତର ଭାବେ ସମୀରର ବାପା ମା ବୁର୍ଲା ଡାକ୍ତର ଖାନାରେ ଭର୍ତ୍ତି କରିଥିଲେ । ହେଲେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିଲେ ରିମା । ଏପଟେ ରିମାର ପରିବାର ଲୋକେ ମୃତ ଦେହକୁ ନିଜ ଘରକୁ ନେବା ପରିବର୍ତ୍ତେ ସମୀରର ଘର ଆଗରେ ରଖି ସମୀରକୁ ଗିରଫ କରିବାକୁ ଅଡି ବସିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com