ଅନ୍ୟାନ୍ୟ

ଚିତାଙ୍କ ସୁରକ୍ଷା କରିବେ ହାତୀ

କୁନୋ, ୨୦/୦୯/୨୦୨୨-  ଲକ୍ଷ୍ମୀ ଓ ସିଦ୍ଧନାଥ ଜଗିବେ ଚିତା । ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ରଖାଯାଇଥିବା ଚିତାଙ୍କ ସୁରକ୍ଷା ପାଇଁ ଏପରି ବ୍ୟବସ୍ଥା କରିଛନ୍ତି କର୍ତ୍ତୃପକ୍ଷ । ନାମ୍ବିଆରୁ ଅଣାଯାଇଥିବା ୮ ଚିତାବାଘଙ୍କ ସୁରକ୍ଷା ପାଇଁ ନରମାଦପୁରମର ସତପୁରା ଟାଇଗର ରିଜର୍ଭରୁ ଏହି ଦୁଇଟି ହାତୀଙ୍କୁ ଆଣି ନିୟୋଜିତ କରାଯାଇଛି । ବାଘ ସୁରକ୍ଷାର ଅଭିଜ୍ଞତା ଥିବାରୁ ଲକ୍ଷ୍ମୀ ଏବଂ ସିଦ୍ଧନାଥଙ୍କୁ ପାର୍କକୁ ଅଣାଯାଇଛି ।

ଉଭୟ ହାତୀ ଦିନରାତି ଜାତୀୟ ଉଦ୍ୟାନରେ ପାଟ୍ରୋଲିଂ କରିବା ସହ ଚିତାବାଘଙ୍କ ଉପରେ ନଜର ରଖିଛନ୍ତି । ଚିତାଙ୍କୁ ସ୍ୱତନ୍ତ୍ର ଏନକ୍ଲୋଜରରେ କ୍ୱାରେଣ୍ଟାଇନରେ ରଖାଯାଇଛି ।  ଜଙ୍ଗଲ କର୍ମଚାରୀଙ୍କ ସହିତ ନିରନ୍ତର ପାଟ୍ରୋଲିଂ କରୁଛନ୍ତି ଏହି ଦୁଇ ହାତୀ ।

Related Articles

Back to top button
WP Twitter Auto Publish Powered By : XYZScripts.com