ଅନ୍ୟାନ୍ୟ

ବର୍ଦ୍ଦି ଖୋଲି ରାସ୍ତାରେ ଫିଙ୍ଗିଦେଲେ କନଷ୍ଟେବଳ,ଭିଡିଓ ଭାଇରଲ ପରେ ଆକ୍ସନ

ଭୁବନେଶ୍ୱର: ଜଣେ କନଷ୍ଟେବଳଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି। ଜଣେ ଅଧିକାରୀ କହିଛନ୍ତି ଯେ ମଧ୍ୟପ୍ରଦେଶର ହରଡା ଜିଲ୍ଲାର ଜଣେ ପୋଲିସ କନଷ୍ଟେବଳଙ୍କୁ ଏକ ଭିଡିଓ ପରେ ନିଲମ୍ବିତ କରାଯାଇଛି। ଭିଡିଓରେ ଦର୍ଶାଯାଇଛି ଯେ ମଦ୍ୟପ କନଷ୍ଟେବଳ ତାଙ୍କ ୟୁନିଫର୍ମକୁ କାଢି ରାସ୍ତାରେ ଫିଙ୍ଗି ଦେଇଥିଲେ। ଶୁକ୍ରବାର ସନ୍ଧ୍ୟାରେ ଘଟିଥିବା ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରଲ ହେଉଛି।

ଭିଡିଓ ସାମ୍ନାକୁ ଆସିବା ପରେ ପୋଲିସ (ଏସପି) ମନୀଷ କୁମାର ଅଗ୍ରୱାଲ କହିଛନ୍ତି ଯେ ସୁଶୀଲ ମାଣ୍ଡବୀ ନାମକ କନଷ୍ଟେବଳଙ୍କୁ ନିଲମ୍ବିତ କରାଯାଇଛି। ଭିଡିଓରେ ଦର୍ଶାଯାଇଛି ଯେ ଜଣେ ମଦ୍ୟପ ପୋଲିସ୍ କନଷ୍ଟେବଳ ଏବଂ ଜଣେ ବ୍ୟକ୍ତି ହରଡା ସହରର ଏକ ରାସ୍ତାରେ ପରସ୍ପର ସହ ଯୁକ୍ତିତର୍କ କରୁଥିବାର ନଜର ଆସିଥିଲେ। ସର୍ବସାଧାରଣ ସ୍ଥାନରେ ପଦ୍ୟପାନ କରି ମାରପିଟ ହେବା ଘଟଣାକୁ ଅତି ଗୁରୁତର ସହ ନେଇଥିଲା ପୋଲିସ ବିଭାଗ । କନଷ୍ଟେବଳ ଙ୍କର ଏଭଳି ଆଚରଣ ପାଇଁ ଶେଷରେ ତାଙ୍କୁ ନିଲମ୍ବିତ କରାଯାଇଛି।

ଏସପି ଅଗ୍ରୱାଲ କହିଛନ୍ତି ଯେ ସୁଶୀଲ ୬ ମାସ ପୂର୍ବରୁ ମଦ୍ୟପାନ କରି ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ଏବଂ ସେହି ସମୟରେ ତାଙ୍କୁ ତାଗିଦ କରାଯାଇଥିଲା।

 

Related Articles

Back to top button
WP Twitter Auto Publish Powered By : XYZScripts.com