ଅନ୍ୟାନ୍ୟ

ନିଶା କବଳରେ ଧନୀଘରର ଯୁବତୀମାନେ

ଭୁବନେଶ୍ୱର, ୨୬/୦୧/୨୦୨୩ –   ନିଶା କବଳରେ ଯୁବ ସମାଜ । ମଦ, ଗଞ୍ଜେଇ, ସିଗାରେଟ୍‌‌, ବ୍ରାଉନସୁଗର, ଇ-ସିଗାରେଟ, କୋକେନ୍‌‌, ଓ ଡେନ୍‌‌ଡ୍ରାଇଟ୍‌‌ ଭଳି ମାରାତ୍ମକ ନିଶା ଜାଲରେ ଯୁବକ ଯୁବତୀମାନେ ପଡ଼ିଛନ୍ତି । ବିଶେଷକରି ଭୁବନେଶ୍ୱରର ସହରୀ ଯୁବତୀମାନଙ୍କ ମଧ୍ୟରେ ଏହି ମାନସିକତା ଅଧିକ ପରିମାଣରେ ପରିଲକ୍ଷିତ ହେଉଛି ।

ଅଧିକାଂଶ ବଡ଼ବଡ଼ ପରିବାରର ଗେହ୍ଲା ଝିଅମାନେ ନିଶାରେ ବୁଡ଼ି ରାଜଧାନୀରେ ଉତ୍ପାତ ରଚୁଛନ୍ତି । କିଏ ନିଶାରେ ପୁଲିସ ଗାଡ଼ିକୁ ମଦ ବୋତଲ ଫୋପାଡ଼ିଲାଣି ତ ଆଉ କିଏ ନିଶାରେ ହସ୍ପିଟାଲରେ ଉତ୍ପାତ କଲାଣି । ରାଜଧାନୀର ଆଇନ୍‌‌ଶୃଙ୍ଖଳାକୁ ବିଗାଡୁଛନ୍ତି ମାତାଲ୍‌‌ ଯୁବତୀ । ୬ ମାସ ଭିତରେ ୨୦ରୁ ଉର୍ଦ୍ଧ୍ୱ ଘଟଣା ଘଟିଲାଣି ।

୫ ଦିନ ତଳେ ବଡଗଡ଼ ଥାନା କଳ୍ପନା ସିନେମା ହଲ୍‌‌ ଯାଏଁ ଜଣେ ଯୁବତୀ ମାତାଲ୍‌‌ ଅବସ୍ଥାରେ ରାସ୍ତା ଉପରେ ବିଅର୍‌‌ ବୋତଲ ଭାଙ୍ଗି ଉନ୍ମତ୍ତକାଣ୍ଡ ଭିଆଇଥିଲେ । ନିଶାରେ ପୁଲିସକୁ ନାକେଦମ୍‌‌ କରିଥିଲେ ନିଶାସକ୍ତ ଯୁବତୀ । ସେହିଭଳି କିଛି ଦିନ ତଳେ ମାଷ୍ଟର୍‌‌ କ୍ୟାଣ୍ଟିନ ଛକରେ ୨ ଯୁବତୀ ସାଧାରଣଲୋକଙ୍କ ସମେତ ପୁଲିସକୁ ଗାଳିଗୁଲଜ କରି ଦବଙ୍ଗଗିରି ଦେଖାଇଥିଲେ । ସେହିପରି କ୍ୟାପିଟାଲ୍‌‌ ହସ୍ପିଟାଲରେ ନିଶାରେ ଯୁବତୀରୋଗୀ ଓ ଡାକ୍ତରଙ୍କୁ ନିଶାସକ୍ତ ଅବସ୍ଥା ଦୁର୍ବ୍ୟବହାର କରିଥିଲେ ।

କେବଳ ଏତିକି ନୁହେଁ ଦୁଇ ଦିନ ତଳେ ଚନ୍ଦ୍ରଶେଖରପୁର ଥାନା ପରିସରରେ ଜଣେ ଯୁବତୀ ସିଗାରେଟ୍‌‌ ଟାଣୁଥିଲେ । ତାଙ୍କ ବିରୋଧ କରିବାରୁ ସେ ପୁଲିସ ସହ ଯୁକ୍ତିତର୍କ କରି ରୋବାବ୍‌‌ ଦେଖାଇଥିଲେ । ଏଥିସହିତ ଇନ୍‌‌ଫୋସିଟି ଥାନା ଅଞ୍ଚଳରେ ୩ ଯୁବତୀ ନିଶାସକ୍ତ ଅବସ୍ଥାରେ ବାଟରେ ଯାଉଥିବା ସାଧାରଣଲୋକଙ୍କୁ ଅଟକାଇଥିଲେ। ସେମାନେ ‘ମୋ ବସ୍‌‌’କୁ ଅଟକାଇ ଆଗରେ ନାଚିନାଚି ଚାଳକ ଓ ହେଲ୍‌‌ପରଙ୍କ ସମେତ ଯାତ୍ରୀଙ୍କୁ ନାଗେଦମ୍‌‌ କରିଥିଲେ।

ଏସବୁ ଘଟଣାରେ ଭୁବନେଶ୍ୱରରେ ଥିବା ଶିକ୍ଷାନୁଷ୍ଠାନରେ ରାଜ୍ୟ ବାହାରୁ ଆସି ପାଠ କିମ୍ବା ନିଯୁକ୍ତି ପାଇଥିବା ଯୁବତୀଙ୍କ ଅଧିକ ସମ୍ପୃକ୍ତି ରହିଛି। ସେମାନେ ଓଡ଼ିଶାର ବଡ଼ବଡ଼ିଆଙ୍କ ଝିଅମାନଙ୍କୁ ଅନୁସରଣ କରି ସିଗାରେଟ୍‌‌ ଓ ମଦ ଓ ବ୍ରାଉନ୍‌‌ସୁଗର ଭଳି ନିଶା ସେବନ କରୁଛନ୍ତି । ଆଉ ରାସ୍ତାରେ ନିଶାରେ ହିତାହିତ ଜ୍ଞାନ ଭୁଲି ଗାଳିଗୁଲଜ କରି ଅପ୍ରିତିକର ପରିସ୍ଥିତି ସୃଷ୍ଟି କରୁଛନ୍ତି । ରାଜଧାନୀରେ ରହୁଥିବା ୪ଲକ୍ଷ ଯୁବପିଢ଼ିଙ୍କ ମଧ୍ୟରୁ ଲକ୍ଷେରୁ ଅଧିକ ଏବେ ୨୭ ପ୍ରତିଶତ ଏବେ ନିଶାଗ୍ରସ୍ତ । ସେଥିରୁ ୨୫ ପ୍ରତିଶତ ଯୁବତୀ ଓ ମହିଳା ବିଭିନ୍ନ ନିଶାରେ ବୁଡ଼ି ରହୁଛନ୍ତି।

Related Articles

Back to top button
WP Twitter Auto Publish Powered By : XYZScripts.com