ଅନ୍ୟାନ୍ୟ

ଅଟୋରେ ଧୂମ୍ରପାନକୁ ବିରୋଧ କରି ଆକ୍ରମଣର ଶିକାର ହେଲେ ମହିଳା, ଅଭିଯୋଗ ପରେ ଧରାପଡିଲା ଅଭିଯୁକ୍ତ

ଗୁରୁଗ୍ରାମ() ଅଟୋରେ ଧୂମ୍ରପାନକୁ ବିରୋଧ କରି ହଟହଟା ହେଲେ ମହିଳା । ଏମିତିକି ତାଙ୍କୁ ଆକ୍ରମଣ ଶିକାର ହେବାକୁ ପଡିଛି । ପୁଣି ମହିଳାଙ୍କୁ ଆକ୍ରମଣ କରିଛନ୍ତି ଜଣେ ଘରୋଇ ବ୍ୟାଙ୍କ କାର୍ଯ୍ୟନିର୍ବାହୀ ଅଧିକାରୀ । ମହିଳାଙ୍କ ଅବସ୍ଥା ଏମିତି ହୋଇଛି ଯେ, ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଘଟଣାପରେ ଫରିଦାବାଦର ବଲାଭଗଡରେ ରହୁଥିବା ଅଭିଯୁକ୍ତ ଭାସୁ ସିଂଙ୍କୁ ଗିରଫ କରିଛି ପୋଲିସ । ଏମିତିକି ତାଙ୍କର ଦାମିନ ନାମଞ୍ଜୁର ହୋଇଯାଇଛି । ପୋଲିସ କହିଛି ଯେ ପୀଡିତା ସୁମନ ଲତା ଦିଲ୍ଲୀର ୱାଜିରାବାଦର ବାସିନ୍ଦା । ଗୁରୁଗ୍ରାମର ଏକ ଘରୋଇ ଡାକ୍ତରଖାନାରେ କାର୍ଯ୍ୟ କରୁଥିବା ଲତାଙ୍କ ଅଭିଯୋଗ ଅନୁଯାୟୀ ସୋମବାର ସନ୍ଧ୍ୟାରେ ସେ ଏକ ଅଟୋରେ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଛି ।

ସେ କହିଛନ୍ତି ଯେତେବେଳେ ଆମେ ଗ୍ରୀନ ଉଡ୍ ସିଟି, ସେକ୍ଟର ୪୬ ନିକଟରେ ପହଞ୍ଚିଲୁ । ସେହି ସମୟରେ ଜଣେ ଦମ୍ପତ୍ତି ଅଟୋରେ ଚଢିଲେ । ପରେ ବ୍ୟକ୍ତି ଜଣକ ଅଟୋରେ ବସି ଧୂମ୍ରପାନ କରିଥିଲେ । ମୁଁ ତାଙ୍କୁ ବାରଣ କରିବାକୁ ଚେଷ୍ଟା କରିବାରୁ ସେ ରାଗିଗଲେ ଏବଂ ମନା କରିଦେଲେ । ପରା ଲତା ଉତକ୍ଷୀପ୍ତ ହୋଇ ଅଭିଯୁକ୍ତଙ୍କ ପାଟିରୁ ସିଗାରେଟ ବାହାର କରି ବାହାରକୁ ଫିଙ୍ଗି ଦେଇଥିଲେ । ଏହା ଦ୍ୱାରା କ୍ରୋଧିତ ହୋଇ ଲତାଙ୍କ ମୁହଁକୁ ଦୁଇଥର ପିଟିଥିଲେ । ଏମିତି ମାଡ ମାରିବାରୁ ତାଙ୍କ ନାକରୁ ରକ୍ତସ୍ରାବ ହୋଇଥିଲା ।

ଏହା ପରେ ସେ ଲତାଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିଲେ ବୋଲି ଲତା ଅଭିଯୋଗରେ କହିଛନ୍ତି । ପରେ ଡ୍ରାଇଭର ଜଣଙ୍କ ଅଟୋକୁ ଅଟକାଇବାରୁ ସେ ପୋଲିସରେ ଜଣାଇବା ସହ ପରିବାକୁ ଯାଇ ସବୁକଥା ଜଣାଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେକ୍ଟର ୫୦ ଷ୍ଟେସନରେ ଭାରତୀୟ ଦଣ୍ଡବିଧି ସଂହିତା ୩୨୩ , ୩୨୫ ଏବଂ ୫୦୯ ଅନୁଯାୟୀ ଧାରା ଲାଗୁ କରିବା ସହ ଅଭିଯୁକ୍ତକୁ ଗିରଫ କରିଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com