ଅନ୍ୟାନ୍ୟ

ଏଲ.ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କ ମାମଲାର ଶୁଣାଣି ଆଜି

ଭୁବନେଶ୍ୱର, ୦୭/୦୨/୨୦୨୩ –     ମାଡ୍ରାସ ହାଇକୋର୍ଟର ବିଚାରପତି ଭାବେ ଆଡଭୋକେଟ ଏଲ.ଚନ୍ଦ୍ରା ଭିକ୍ଟୋରିଆ ଗୌରୀଙ୍କୁ ନିଯୁକ୍ତି ଦେବା ବିରୋଧରେ ମଙ୍ଗଳବାର ଶୁଣାଣି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । C.J.I.  ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଶୁଣାଣି କରିବେ । ପୂର୍ବରୁ ୧୦ ତାରିଖରେ ଏହି ମାମଲାର ଶୁଣାଣି ହେବାର ଥିଲା ।

ଗୌରୀଙ୍କୁ ମାଡ୍ରାସ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି କରିବା ଲାଗି କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପରେ ସର୍ବୋଚ୍ଚ ଅଦାଲତ କ୍ଷୁବ୍ଧ ହୋଇଛନ୍ତି । ବଡ କଥା ହେଉଛି- ଭିକ୍ଟୋରିଆ ଗୌରୀ ବିଜେପି ସହ ଜଡ଼ିତ ଥିବା ଅଭିଯୋଗରେ କ୍ଷୁବ୍ଧ ହୋଇଛନ୍ତି ସର୍ବୋଚ୍ଚ ଅଦାଲତ । ମାମଲାର ଆଗୁଆ ଶୁଣିବା ଲାଗି ଆହ୍ଲାବାଦ, କର୍ଣ୍ଣାଟକ ଓ ମାଡ୍ରାସ ହାଇକୋର୍ଟରେ ୧୧ ଜଣ ଆଡଭୋକେଟ ଓ ୨ ଜଣ ଜୁଡିସିଆଲ ଅଫିସରଙ୍କୁ ଅତିରିକ୍ତ ବିଚାରପତି ଭାବେ ନିଯୁକ୍ତି ଦେବା ଲାଗି କେନ୍ଦ୍ରର ବିଜ୍ଞପ୍ତି ପରେ ବିବାଦ ବଢିଛି ।

ଗୌରୀ ଖ୍ରୀଷ୍ଟିଆନ ଓ ମୁସଲିମମାନଙ୍କ ବିରୋଧରେ ଘୃଣ୍ୟ କଥା କହୁଥିବାରୁ ତାଙ୍କୁ ହଟାଇବା ଲାଗି C.J.I.ଙ୍କ ନିକଟକୁ ମାଡ୍ରାସ ହାଇକୋର୍ଟର କେତେକ ସଦସ୍ୟ ଚିଠି ଲେଖିଥିଲେ । ପୂର୍ବରୁ ଗୌରୀ କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଡ୍ରାସ ହାଇକୋର୍ଟର ମଦୁରାଇ ବେଞ୍ଚରେ ପ୍ରତିନିଧିତ୍ବ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com