ଅନ୍ୟାନ୍ୟ

କୁକୁରକୁ ଦୁଷ୍କର୍ମ ! ଭିଡିଓ ଭାଇରଲ ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର: କୁକୁରକୁ ବଳାତ୍କାର କରିଥିବା ଅଭିଯୋଗରେ ଜଣେ ୪୦ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ବ୍ୟକ୍ତି ଶାହ ନାଗର ଅଞ୍ଚଳର ଥିବା ଏକ ବଗିଚାରେ କୁକୁରକୁ ବଳାତ୍କାର କରୁଥିବା ଦେଖିବାକୁ ମିଳିଛି।

ଏ ଘଟଣା ହେଉଛି ମହାରାଷ୍ଟ୍ର ନାଗପୁରର ହୁଡକେଶ୍ୱର ଅଞ୍ଚଳର । ଗିରଫ ଅଭିଯୁକ୍ତ ବିରୋଧରେ Prevention of Cruelty to Animals Act – ୧୯୬୦ ଅନୁଯାୟୀ ମାମଲା ରୁଜୁ ହୋଇଛି।

ଏହି ମାମଲା ସମ୍ପର୍କରେ ସୂଚନା ଦେଇ ହୁଡକେଶ୍ୱର ପୋଲିସ ଷ୍ଟେସନର ଇନ୍ସପେକ୍ଟର କହିଛନ୍ତି ଯେ ବ୍ୟକ୍ତିଙ୍କ ଗତିବିଧି ସମ୍ପର୍କରେ ସୂଚନା ମିଳିଥିଲା ​​ଯାହା ଆଧାରରେ ତାଙ୍କୁ ଗିରଫ କରାଯାଇଥିଲା। ସେ କହିଛନ୍ତି ଯେ ଅଭିଯୁକ୍ତ ଜଣକ ମଧ୍ୟପ୍ରଦେଶର ବାଲାଘାଟ ଜିଲ୍ଲାର ବାସିନ୍ଦା ଏବଂ ଏଠାରେ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରନ୍ତି। ଅଧିକାରୀ କହିଛନ୍ତି ଯେ ଅଭିଯୁକ୍ତଙ୍କୁ ଆଇପିସି ଧାରା ୩୭୭ (ଅପ୍ରାକୃତିକ ଯୌନ ସମ୍ପର୍କ), ୨୯୪ (ଅଶ୍ଳୀଳତା) ଏବଂ ପ୍ରିଭେନସନ୍ ଅଫ୍ କ୍ରୁଲିଟି ଟୁ ଆନିମଲ୍ସ ଆକ୍ଟ ଅନୁଯାୟୀ ବୁକ୍ କରାଯାଇଛି।

 

Related Articles

Back to top button
WP Twitter Auto Publish Powered By : XYZScripts.com