ଅନ୍ୟାନ୍ୟ

ଆକ୍ରମଣ ମାମଲାରେ ଜଣେ ଗିରଫ

ବ୍ରହ୍ମପୁର ଅଫିସ ; ୦୪/୦୯  ଯୁବକଙ୍କୁ କୁରାଢିରେ ଆକ୍ରମଣ କରିବା ଅଭିଯୋଗରେ ସଦର ଥାନା ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସେ ହେଲେ ଆଙ୍କୁଶପୁର ଗ୍ରାମର ସୋମନାଥ ବେହେରା । ପ୍ରକାଶଥାଉକି, ୩୦ ତାରିଖ ସନ୍ଧ୍ୟାରେ ଆଙ୍କୁଶପୁର ଗ୍ରାମ ନୂଆଁ ସାହିର ପ୍ରଶାନ୍ତ କୁମାର ବେହେରାଙ୍କୁ ସେହି ସାହିର ଅଭିଯୁକ୍ତ ସୋମନାଥ ଅଶ୍ଳୀଳ ଭାଷାରେ ଗାଳିଗୁଳଜ କରିଥିଲେ । ପ୍ରଶାନ୍ତ ଏହାରେ ପ୍ରତିବାଦ କରିବାରୁ ସୋମନାଥ ଏକ କୁରାଢିରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ପ୍ରଶାନ୍ତଙ୍କ ମୁଣ୍ଡରୁ ରକ୍ତସ୍ରାବ ହେବାପରେ ସେ ଅଚେତ ହୋଇପଡିଥିଲେ । ଆକ୍ରମଣ ପରେ ଅଭିଯୁକ୍ତ ସୋମନାଥ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ପରିବାର ଲୋକ ପ୍ରଶାନ୍ତଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲେ । ଘଟଣାକୁ ନେଇ ପ୍ରଶାନ୍ତ ସଦର ଥାନାରେ ଅଭିଯୋଗ କରିବା ପରେ ନଂ ୩୯୧/୨୨ରେ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ କରି ଅଭିଯୁକ୍ତ ସୋମନାଥଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଛି ।

Related Articles

Back to top button
WP Twitter Auto Publish Powered By : XYZScripts.com