ଅନ୍ୟାନ୍ୟ

ବିନା ଓଟିପିରେ ୧.୪୩ ଲକ୍ଷ ନେଇଗଲେ ସାଇବର ଠକ

ବ୍ରହ୍ମପର, ୧୮/୦୮/୨୦୨୨-  ଦିନକୁ ଦିନ ଦେଶରେ ସାଇବର ଠକେଇ ବଢି ଚାଲିଥିବାବେଳେ ବ୍ରହ୍ମପୁର ସହରରେ ଏକ ଅଭିନବ ସାଇବର ଠକେଇ ସାମ୍ନାକୁ ଆସିଛି । ଏହି ଠକେଇ ଅନ୍ୟ ସମସ୍ତ ଠକେଇ ଠାରୁ ଭିନ୍ନ  । ପୂର୍ବରୁ ହୋଇଥିବା ଠକେଇ ଗୁଡ଼ିକରେ ଲୋକମାନେ ଓଟିପି କିମ୍ବା ନିଜ ଏଟିଏମ କାର୍ଡର ତଥ୍ୟ ଦେଇ ଟଙ୍କା ହରାଇଥିଲେ । ହେଲେ ବର୍ତ୍ତମାନ ଓଟିପି କିମ୍ବା କୌଣସି ତଥ୍ୟ ନଦେଇ ମଧ୍ୟ ନିଜ କ୍ରେଡିଟ କାର୍ଡରୁ ୧ ଲକ୍ଷ ୪୨ ହଜାର ଟଙ୍କା ହରାଇଛନ୍ତି । ବୈଦ୍ୟନାଥପୁର ଥାନା ଅନ୍ତର୍ଗତ କମାପଲ୍ଲୀ ଅଞ୍ଚଳର ଜଣେ ବ୍ୟକ୍ତି ।
କମାପଲ୍ଲୀ ମୁଖ୍ୟରାସ୍ତା ଗଣେଷ ଟାୱାରରେ ରହୁଥିବା ସୁରଜ କୁମାର ବିଷୋୟୀଙ୍କ ନିକଟକୁ ନିଶାନ୍ତ ରାଜପୁତ ନାମକ ଜଣେ ବ୍ୟକ୍ତି ଫୋନ କରି  ନିଜକୁ ଏଚଡିଏଫସି ବ୍ୟାଙ୍କର ଜଣେ ଅଧିକାରୀ ବୋଲି  ପରିଚୟ ଦେଇଥିଲେ । ଏଚଡିଏଫସି ବ୍ୟାଙ୍କର ଏକ ନୂତନ କାର୍ଡ ନେବାକୁ ଚାହୁଁଛନ୍ତି କି ବୋଲି ବ୍ୟକ୍ତି ଜଣଙ୍କ ସୁରଜଙ୍କୁ ପଚାରିଥିଲେ । ଏହାପରେ ସୁରଜ ନିଜର ସମ୍ପୂର୍ଣ୍ଣ ନାଁ ଓ ଠିକଣା ବିଷୟରେ କହିଥିଲେ । ଏହାପରେ ବ୍ୟକ୍ତି ଜଣଙ୍କ ନିଜ ୱାଟସଆପ ନମ୍ବରରେ ନିଜର ପରିଚୟ ପତ୍ର ସୁରଜଙ୍କ ନିକଟକୁ ପଠାଇବା ସହ ଗୁଗଲ ମିଟରେ ଯୋଡି ହୋଇ କଥା ହେବାକୁ ଲିଙ୍କ ପଠାଇ ସୁରଜଙ୍କୁ ନିଜ କ୍ରେଡିଟ କାର୍ଡର ଷ୍ଟେଟମେଣ୍ଟ ମାଗିଥିଲେ । ହେଲେ ସୁରଜ ତାହା ଦେବାକୁ ମନା କରି ଦେଇଥିଲେ । ଏହାପରେ ସେ ପରିଚୟ ପତ୍ର ପଠାଇବାକୁ କହିବା ପରେ ସୁରଜ ମନା କରିଥିଲେ । ପୂର୍ବରୁ କୌଣସି କ୍ରେଡିଟ କାର୍ଡ ଅଛିକି ବୋଲି ସେ ପଚାରିବାରୁ ସୁରଜଙ୍କ ଏକ ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡ ରହିଥିବା ଜଣାଇଥିଲେ ।  ପରେ ସୁରଜ ନିଜ କେଡିଟ କାର୍ଡର ଏକ ଫଟୋ ପଠାଇଥିଲେ । ଏହାପରେ ସୁରଜଙ୍କ ମୋବାଇଲକୁ ଏକ ଓଟିପି ଆସିଥିଲା । ହେଲେ ସୁରଜ ସଂପୃକ୍ତ ବ୍ୟକ୍ତଙ୍କ ଉପରେ ସନ୍ଦେହ କରି ସେହି ଓଟିପି ନଦେଇ ଫୋନ କାଟି ଦେଇଥିଲେ । ଏହାର କିଛି ସମୟ ପରେ ସୁରଜଙ୍କ ମୋବାଇଲକୁ ୬ଟି ଓଟିପି ଆସିଥିଲା । ହେଲେ ସୁରଜ ଗୋଟିଏ ବି ଓଟିପି ନମ୍ବର ସେହି ବ୍ୟକ୍ତିଙ୍କୁ ଦେଇନଥିଲେ । କିନ୍ତୁ ୪ଟି ଟ୍ରାନଜେକସନ ଜରିଆରେ ତାଙ୍କ କ୍ରେଡିଟ କାର୍ଡରୁ ମୋଟ ୧ ଲକ୍ଷ ୪୩ ହଜାର ୪୭୬ ଟଙ୍କା କଟିଯାଇଥିଲା । ତେବେ ଓଟିପି ନଦେଇ ମଧ୍ୟ ତାଙ୍କ କ୍ରେଡିଟ କାର୍ଡରୁ କିଭଳି ଟଙ୍କା କଟିଯିବା ପରେ ସୁରଜ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ନେଇ ସେ ଆକ୍ସିସ ବ୍ୟାଙ୍କ ଆଞ୍ଚଳିକ ପରିଚାଳକଙ୍କ ସହ ଯୋଗାଯୋଗ କରି ଘଟଣା ସମ୍ପର୍କରେ କହିଥିଲେ । ତାଙ୍କ ପରାମର୍ଶରେ କଷ୍ଟମର କେୟାରଙ୍କୁ ଫୋନ କରି ନିଜ କ୍ରେଡିଟ କାର୍ଡ ବ୍ଲକ କରିଥିଲେ । ଏହା ପରେ ଆକ୍ସିସ ବ୍ୟାଙ୍କକୁ ଯାଇ ନିଜ ଅଭିଯୋଗ ପତ୍ର ଦାଖଲ କରିବା ସହ  ବ୍ରହ୍ମପୁର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିବା ପରେ ନଂ ୩୩/୨୨ରେ ଏକ ମାମଲା ରୁଜୁ ହେବା ସହ ପୁଲିସ ଘଟଣା ତଦନ୍ତର ଜାରି ରଖିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com