ଅନ୍ୟାନ୍ୟ

ଉତକ୍ଷେପଣ ହେଲା ସବୁଠାରୁ ବଡ ରକେଟ୍ LVM-୩

ନୂଆଦିଲ୍ଲୀ, ୨୬/୦୩/୨୦୨୩ –   ମହାକାଶକୁ ସବୁଠାରୁ ବଡ ରକେଟ୍ LVM-୩ ଉତକ୍ଷେପଣ କରିଛି ଭାରତୀୟ ମହାକାଶ ଗବେଷଣା ସଂଗଠନ- ISRO । ଏହି ରକେଟ୍  ୩୬ଟି ୱାନୱେବ ଉପଗ୍ରହକୁ ନେଇ ଯାଇଛି । ରବିବାର  ସକାଳ ୯ଟାରେ ଶ୍ରୀହରିକୋଟାସ୍ଥିତ ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଏହି ରକେଟ୍ ଉତକ୍ଷେପଣ କରାଯାଇଛି ।

ଏହି ଉତକ୍ଷେପଣ ପାଇଁ ଇସ୍ରୋକୁ ୧୦୦୦ କୋଟି ଟଙ୍କା ଶୁଳ୍କ ମିଳିଛି । LVM-୩ ରକେଟ ୪୩.୫ ମିଟର ଉଚ୍ଚ ଏବଂ ୬୪୩ଟନ୍ ଓଜନ ବିଶିଷ୍ଟ । ଏହା ୫୮୦୫ କିଲୋଗ୍ରାମ ଓଜନର ୩୬ଟି ଜେନ୍୧ ସାଟେଲାଇଟକୁ ନେଇ ପୃଥ୍ୱିବୀର ନିମ୍ନ କକ୍ଷପଥରେ ସ୍ଥାପନ କରିବ । ଚଳିତ ବର୍ଷର ଏହା ଦ୍ବିତୀୟ ଉତକ୍ଷେପଣ । ଏହି ମିଶନର କୋଡ୍ ନାଁ  LVM3-M3 ବା ୱାନ-ୱେବ୍ ଇଣ୍ଡିଆ-୨ ମିଶନ ରଖାଯାଇଛି । ଫେବ୍ରୁଆରୀରେ SSLV-D2/EOS07 ମିଶନ ସଫଳ ହୋଇଥିଲା ।

ପୃଥିବୀର ନିମ୍ନ କକ୍ଷପଥରେ ୭୨ଟି ଉପଗ୍ରହ ଉତକ୍ଷେପଣ ପାଇଁ ବ୍ରିଟେନର ନେଟୱର୍କ ଆକ୍ସେସ୍ ଆସୋସିଏଟ୍ସ ଲିମିଟେଡ୍ (ୱାନ୍ୱେବ୍ ଗ୍ରୁପ୍ କମ୍ପାନି) ଇସ୍ରୋର ବାଣିଜ୍ୟିକ ୟୁନିଟ୍ ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ ସହ ଚୁକ୍ତି ସ୍ୱାକ୍ଷର କରିଛି। ଏହି ଚୁକ୍ତି ଅନୁଯାୟୀ ଏହି ୩୬ଟି ଉପଗ୍ରହ ମହାକାଶକୁ ଉତକ୍ଷେପଣ କରାଯାଉଛି। ଏହା ପୂର୍ବରୁ ୨୦୨୨ ଅକ୍ଟୋବର ୨୩ରେ ୱାନ୍ ୱେବ୍ ଗ୍ରୁପ୍ କମ୍ପାନି ପାଇଁ ପ୍ରଥମ ୩୬ଟି ଉପଗ୍ରହ ଉତକ୍ଷେପଣ କରାଯାଇଥିଲା।

Related Articles

Back to top button
WP Twitter Auto Publish Powered By : XYZScripts.com