ଅନ୍ୟାନ୍ୟ

ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ଗୋଟିଏ ଦିନରେ ୧୮ ହଜାର ୫୧୪ ୟୁନିଟ ରକ୍ତ ସଂଗ୍ରହ

ଭୁବନେଶ୍ୱର, ୧୭ /୧୦/୨୦୨୨-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ ଅବସରରେ ଆୟୋଜିତ ରକ୍ତଦାନ ଶିବିରରୁ ଗୋଟିଏ ଦିନରେ ୧୮ ହଜାର ୫୧୪ ୟୁନିଟ ରକ୍ତ ସଂଗ୍ରହ ହୋଇଛି । ଯାହା ଓଡ଼ିଶାର ରକ୍ତ ସଂଗ୍ରହ କ୍ଷେତ୍ରରେ ରେକର୍ଡ ବୋଲି ଜଣାପଡ଼ିଛି । ଏହି ରେକର୍ଡକୁ କେନ୍ଦ୍ର ସରକାରଙ୍କୁ ଅବଗତ କରିଛି ସ୍ୱାସ୍ଥ୍ୟ ବିଭାଗ । କଟକ ଜିଲ୍ଲାରୁ ସର୍ବାଧିକ ୨ ହଜାର ୮୨୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ଯାଜପୁର ଜିଲ୍ଲାରୁ ୧୬ଶହ ଓ ବାଲେଶ୍ୱର ଜିଲ୍ଲାରୁ ୧ ହଜାର ୭୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । ରବିବାର ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ବିଜେଡି ସେବା ଦିବସ ଭାବରେ ପାଳନ କରିଥିଲା । ଏଥିପାଇଁ ବିଜେଡି ଓ ଓଡ଼ିଶା ମୋ ପରିବାର ପକ୍ଷରୁ ରାଜ୍ୟରେ ୧୧୨ଟି ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା ।

Related Articles

Back to top button
WP Twitter Auto Publish Powered By : XYZScripts.com