ଅନ୍ୟାନ୍ୟ

ଶାଢୀ ପାଇଁ ଚୁଟି ଧରି ଗଡ଼ିଲେ ମହିଳା

ଭୁବନେଶ୍ୱର, ୨୫/୦୪/୨୦୨୩ –     ଶାଢୀ ପାଇଁ ଗଣ୍ଠି ପଡିଲେ ଦୁଇ ମହିଳା । ଏପରି ଘଟଣା ଘଟିଛି ବେଙ୍ଗାଲୁରରେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଘଟଣା ଅନୁସାରେ ମହୀଶୂର ରେଶମ ଶାଢୀର ବାର୍ଷିକ ବିକ୍ରୟ ଉତ୍ସବରେ ଅନେକ ଲୋକ କିଣାକିଣି କରିବାକୁ ଆସିଥିଲେ । ଏହି ସମୟରେ ଦୁଇ ଜଣ ମହିଳା ଶାଢୀ କିଣାକୁ ନେଇ ପାଟିତୁଣ୍ଡ ଆରମ୍ଭ କରିଥିଲେ ।

ଭିଡିଓରେ ଆପଣ ଦେଖିବାକୁ ପାଇବେ ଜଣେ ମହିଳା ସବୁଜ ରଙ୍ଗର ଏକ ଶାଢୀ ଧରିଛନ୍ତି ଏବଂ ଆଉ ଜଣେ ମହିଳାଙ୍କ ସହ ଗଣ୍ଡଗୋଳ କରୁଛନ୍ତି । ପରିସ୍ଥିତି ଏତେ ବିଗିଡିଗଲା ଯେ, ଦୁହେଁ ମାଡ ମରାମରି ହୋଇଥିଲେ । ଏହାସହିତ ଦୁଇ ମହିଳା ଚୁଟି ଝିଙ୍କାଝିଙ୍କି ହୋଇ ଗଡାପଡା ହୋଇଥିଲେ ।

ଆଉ ଏହି ସମୟରେ ଶାଢୀ ଧରିଥିବା ମହିଳା ଜଣଙ୍କ ଚିତ୍କାର କରୁଛନ୍ତି । ତେବେ ପରିସ୍ଥିତିକୁ ଆୟତ୍ତ କରିବାକୁ ଯାଇ ସେଠାକାର ସୁରକ୍ଷାକର୍ମୀ ଦୁଇ ମହିଳାଙ୍କୁ ଅଟକାଇଥିଲେ ଏବଂ ପରିସ୍ଥିତି ଶାନ୍ତ ପଡିଥିଲା । ତେବେ ଶାଢୀ ଧରିଥିବା ମହିଳାଜଣଙ୍କ କିନ୍ତୁ ଶେଷ ପର୍ଯ୍ୟନ୍ତ ଶାଢୀକୁ ଛାଡି ନଥିଲେ । ଏହି ଭିଡିଓ ଏବେ ଟୁଇଟରେ ଖୁବ୍ ଭାଇରାଲ ହେଉଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com